ସୃଷ୍ଟି ହେଲା ଲଘୁଚାପ; ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଦୁଇ ଜିଲ୍ଲା ହେଉଛି- ମାଲକାନଗିରି ଓ କୋରାପୁଟ। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲେ- ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର ଓ ଦେବଗଡ଼। ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨ ଦିନ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

 

ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲି ରାତିରେ କେନ୍ଦ୍ରାପଡା କେତେକ ସ୍ଥାନରେ ବର୍ଷା ହୋଇଥିଲା। ଆଜି ସକାଳୁ ପାଗ ଶୁଖିଲା ରହିବା ସହ ଖରା ଓ ଗୁଳୁଗୁଳି ହେଉଥିଲା। କିନ୍ତୁ ମଧ୍ୟାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସମୟରେ ମାର୍ଶାଘାଇ ବ୍ଲକ କୁସୁନପୁର ଅଞ୍ଚଳର ଏକ ବିଲରେ ଏକ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଛି। ବିଲ ମଝିରେ ଏକ ଘୂର୍ଣ୍ଣୀଝଡ ଦେଖିବାକୁ ମିଳିଛି।

 

ସେହିପରି ମାଲକାନଗିରି ବି ଲଗାଣ ବର୍ଷାରେ ବେହାଲ ହୋଇଛି। ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଥିବାବେଳେ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇ ପୋଲ ଉପରେ ପାଣି ଚାଲୁଛି। ପୋଟେରୁ ନଦୀରେ ପାଣି ବଢ଼ିଥିବାରୁ ପୋଲ ଉପରେ ପ୍ରାୟ ୨ରୁ ୩ଫୁଟ ଉଚ୍ଚର ପାଣି ଚାଲୁଛି। କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ମଧ୍ୟ ୪ ରୁ ୫ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ମାଲକାନଗିରିରୁ କାଲିମେଳା ଏବଂ  କାଲିମେଳାରୁ ମୋଟୁକୁ ଯାତାୟତ ବନ୍ଦ ରହିଛି। ସେହିପରି କନ୍ୟାଶ୍ରମ ନିକଟରେ ମଧ୍ୟ ପାଣି ବଢ଼ିଥିବାରୁ କାଲିମେଳାରୁ ପଡ଼ିଆକୁ ଯାତାୟତ ବାଧାପ୍ରପ୍ତ ହୋଇଛି। ବନ୍ୟାସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

ଆହୁରି ପଢ଼ନ୍ତୁ

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

You might also like