ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଭାରତର ଉତ୍ତର-ପଶ୍ଚିମ ତଥା କେନ୍ଦ୍ରାଞ୍ଚଳରେ ଅନାବୃଷ୍ଟି ଦେଖା ଦେଇଥିବାବେଳେ ଏବେ IMD ପକ୍ଷରୁ ଏକ ଆଶ୍ୱସ୍ତିକର ସୂଚନା ମିଳିଛି। ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ଲୋ ପ୍ରେସର ଆନ୍ଧ୍ର ଉପକୂଳ ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେଉଥିବା ଜଣାଯାଇଛି। ଆସନ୍ତା ସପ୍ତାହରେ ଏହା ୱେଷ୍ଟ ପେସିଫିକ ଓ ସାଉଥ୍ ଚାଇନା ସି ଆଡକୁ ଗତି କରି ଡିପ୍ରେସନର ରୂପ ନେବ। ପରେ ଏହା ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳ ଦେଇ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।
ଏହାର ପ୍ରଭାବରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭାରତର ଉତ୍ତର-ପଶ୍ଚିମ ଭାଗ ତଥା କେନ୍ଦ୍ରାଞ୍ଚଳରେ ଆବଶ୍ୟକ ଅନୁପାତରେ ବର୍ଷା ହେବ ବୋଲି IMD ଆକଳନ କରିଛି। ତେବେ ଦକ୍ଷିଣ ପଶ୍ଚିମ ଉପକୂଳ ଏବଂ ପଶ୍ଚିମ ଉପକୂଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।