ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଡିପ୍ରେସନରେ ପରିଣତ ହୋଇପାରେ। ଏହାପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୧୧ ଅପରାହ୍ଣରେ କିମ୍ବା ସନ୍ଧ୍ୟାରେ ଡିପ୍ରେସନରେ ପରିଣତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ।

ଏହାର ପ୍ରଭାବରେ ଅକ୍ଟୋବର ୯ ଓ ଅକ୍ଟୋବର ୧୦-୧୨ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ।

ଅକ୍ଟୋବର ୧୧ରେ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୧୧ ଓ ୧୨ରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ।

ଅକ୍ଟୋବର ୯ ଓ ୧୧ରେ ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଅକ୍ଟୋବର ୧୧-୧୨ରେ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like