ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ; ବାଲିପାଟଣାରେ ୧୨୪ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ କଟକରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଆଗାମୀ ୨ରୁ ୩ ଦିନ ଧରି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗରରେ ପବନର ବେଗ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଲଘୁଚାପକୁ ନେଇ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପକୁ ଦେଖି ଆସନ୍ତା ୬ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

You might also like