ପ୍ରେମୀଯୁଗଳଙ୍କୁ ନିର୍ଯାତନା ଦେଇ ଭିଡିଓ ସୁଟ୍, ଭାଇରାଲ୍‌ ବି କରିଦେଲେ

କେନ୍ଦୁଝର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲକୁ ନେଇ କେନ୍ଦୁଝର ଆନନ୍ଦୁପର ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି।

ପ୍ରେମୀଯୁଗଳଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଆନନ୍ଦପୁର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭିଡିଓରୁ ଯାହା ଜଣାପଡୁଛି ପ୍ରେମୀଯୁଗଳଙ୍କୁ ଧମକ ଚମକ ଦିଆଯାଇ ଭିଡିଓ ସୁଟ୍ କରାଯାଇଛି। ଏହି ଭିଡିଓର ଦୃଶ୍ୟ ଏତେ ଜଘନ୍ୟ ଓ କଦର୍ଯ୍ୟ ହୋଇଛି, ଆଉ ଝିଅଟିକୁ ଯେମିତି ନିର୍ଯାତନା ଦିଆଯାଇଛି ତାହା ସାଧାରଣରେ ଦେଖାଇହେବ ନାହିଁ ।

ଯେତେ ଆଇନ କାନୁନ୍ ହେଲେ ବି ସବୁକୁ ଫୁ କରୁଛନ୍ତି ଉଦ୍‌ଭ୍ରାନ୍ତ ଯୁବଗୋଷ୍ଠୀ। କଠୋର ଦଣ୍ଡବିଧାନ ଅଭାବରୁ ଅକାରଣରେ ଝିଅମାନଙ୍କ ଇଜ୍ଜତ ଯାଉଛି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବେଳେ ବେଳେ ଯୁବତୀମାନେ ଜୀବନ ହାରୁଥିବାର ଦୁଃଖଦ ଖବର ବି ଆସୁଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଆନନ୍ଦପୁର ଅଞ୍ଚଳର ଏହି ଘଟଣା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ  ପୁଲିସ ସୁରକ୍ଷା ଅଭାବରୁ ଏମିତି ଘଟଣା ଘଟୁଛି ଓ ପର୍ଯ୍ୟଟନସ୍ଥଳୀ ମଧ୍ୟ ବଦ୍‌ନାମ୍ ହେଉଛି।

ଆହୁରି ପଢ଼ନ୍ତୁ

You might also like