ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀଙ୍କ ସହ ଶାରୀରିକ ସଂପର୍କ

ଯାଜପୁର( ଗୁଲାମଗସ୍‌) : ବିଜେଡି ନେତାଙ୍କ ନାଁରେ ପ୍ରତାରଣା ଅଭିଯୋଗ।  ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନଙ୍କ ନାଁରେ ଆସିଛି ଏଭଳି ସଂଗୀନ ଅଭିଯୋଗ।

ବିଞ୍ଝାରପୁର ପଇରଖ ଗାଁର ଜିତେନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ନିଜର ଜଣେ ସମ୍ପର୍କୀୟ ଭାଣିଜୀଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରିଥିବା ଜଣାପଡିଛି। ଜିତେନ୍ଦ୍ରଙ୍କ ସହ ସଂପୃକ୍ତ ଯୁବତୀଙ୍କ ଗତ ୭ବର୍ଷ ହେଲା ସଂପର୍କ ଥିଲା। ତେବେ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଜିତେନ୍ଦ୍ର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅନୁଗତ ବୋଲି କୁହାଯାଉଛି।  ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମିଳାଙ୍କ ସହ ଜିତେନ୍ଦ୍ରଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ଅଭିଯୋଗ ନେଇ ଜିତେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପୁଲିସ ମଧ୍ୟ କିଛି କହିବାକୁ ମନା କରିଦେଇଛି। ସେହିପରି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like