କୀଟନାଶକ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁର୍ଦୁଗୁଡ଼ା ଗାଁର ଜଶ୍ମିନ୍ ଦଳବେହରା ନାମକ ଜଣେ ନାବାଳିକା ସେହି ଗାଁର ରମେଶ ରଇତ ନାମକ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।  କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ଉଭୟ କୀଟନାଶକ ପିଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ତାଙ୍କ ପରିବାର ଲୋକେ ଆର.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ତେବେ ଡାକ୍ତରଖାନାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଯୁବକ ଜଣକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ତେବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

You might also like