ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଯାଜପୁରର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ପ୍ରେମୀ ଯୁଗଳ ୧୦ଦିନ ତଳେ ଫେରାର ହୋଇ ଯାଇଥିଲେ। ଏନେଇ ଝିଅ ଘର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ୍‌ ଉଭୟଙ୍କ ଫୋନ୍ ଟ୍ରାକିଂ କରି ସେମାନେ ଭଦ୍ରକରେ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ଉଭୟଙ୍କୁ ଧରିବାକୁ ପୁଲିସ୍‌ ଚେଷ୍ଟା କରୁଥିବା ବେଳେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।

ଦୁଇ ଜଣଙ୍କ ମଧ୍ୟରୁ ପ୍ରେମିକାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ସେମାନଙ୍କୁ ପୁଲିସ୍‌ ମାଡ ମାରିଥିବା ପ୍ରେମିକ ଜଣକ ଅଭିଯୋଗ କରିଛନ୍ତି।

You might also like