• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପୁରୀ : ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅାହ୍ଲାଦିତ ହେବେ ଭକ୍ତ। ୨୦୨୦ ମସିହାରେ ଶ୍ରୀମନ୍ଦିରରେ ହୋଇପାରେ ଦୁର୍ଲଭ ରଘୁନାଥ ବେଶ। ପୁଣି ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା ଯୁଗର ଧନୁର୍ଦ୍ଧର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏ ବିରଳ ବେଶ କରାଯିବାକୁ ଉଦ୍ୟମ ଅାରମ୍ଭ ହୋଇଛି।

ଶ୍ରୀମନ୍ଦିର ମାଦଳାପାଞ୍ଜି କହୁଛି, ବିଗତ ୫ଶହ ବର୍ଷ ଭିତରେ ମାତ୍ର ୯ ଥର ଅନୁଷ୍ଠିତ ହୋଇଛି ଏ ବିରଳ ବେଶ। ୧୫୭୭ ମସିହାରେ ପ୍ରଥମେ ଅନୁଷ୍ଠିତ ହୋଇଥିବା ଏ ବେଶକୁ ଶେଷ ଥର ଲାଗି ୧୯୦୫ ମସିହାରେ ଦର୍ଶନ କରିଥିଲେ ଭକ୍ତ। ଗଣନା ଅନୁସାରେ ଯେଉଁ ବର୍ଷ ରାମ ରାଜ୍ୟାଭିଷେକ ତିଥି ବୈଶାଖ ମାସରେ ପଡେ ସେ ବର୍ଷ ମହାପ୍ରଭୁ ରଘୁନାଥ ବେଶ ହୁଅନ୍ତି।

୧୯୬୯ ଓ ୧୯୮୩ ମସିହାରେ ବି ଏଥିଲାଗି ଉଦ୍ୟମ ହୋଇଥିଲା। ହେଲେ ସମ୍ଭବ ହୋଇପାରି ନଥିଲା। ଅାଗାମୀ ରଘୁନାଥ ବେଶ ପାଇଁ ଅାସନ୍ତା ୩ରୁ ୪ମାସ ଭିତରେ ନୀତି ସବ୍ କମିଟିରେ ଅାଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Lord-jagannaths-raghunath-besha-in-2020
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories