• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଫେରିବ ୟେସ୍ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟି ଟଙ୍କାକୁ ଫେରାଇ ଅଣାଯିବା ଲାଗି ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।

ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟିରୁ ୩୮୯ କୋଟି ଟଙ୍କାର ମାଚ୍ୟୁରିଟି କାଲି ପୂରିବ। ତେବେ ବଳକା ୧୫୬ କୋଟି ଟଙ୍କା ଆସନ୍ତା ୩୦ରେ ଉଠାଣ ନେଇ ବ୍ୟବସ୍ଥା ଥିଲା। ହେଲେ ଆସନ୍ତାକାଲି ହିଁ ସମସ୍ତ ୫୪୫ କୋଟିକୁ ଉଠାଇ ଅଣାଯିବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।

୫୪୫ କୋଟି ଟଙ୍କା ଫେରିବା ପରେ ଏହାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ। ଶ୍ରୀମନ୍ଦିର ଟଙ୍କାକୁ ତିନିଟି ବ୍ୟାଙ୍କରେ ରଖାଯାଏ। ତେଣୁ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ଏହି ଟଙ୍କାକୁ ୟୁକୋ ବ୍ୟାଙ୍କରେ ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଥିଲେ। ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ଟଙ୍କା ରଖାଯିବାକୁ ନେଇ ବିଭିନ୍ନ ମହଲରୁ କଡ଼ା ସମାଲୋଚନା ହେବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ପ୍ରାୟ ମାସେ ଧରି ୟେସ୍ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖା ଦେବା ପରେ ଶ୍ରୀମନ୍ଦିର ଟଙ୍କା ନେଇ କଳ୍ପନାଜଳ୍ପନା ଦେଖାଦେଇଥିଲା।

Lord-jagannaths-545-crore-rupees-will-return-tomorrow-from-yes-bank
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories