• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ:  ପଦ୍ନ ପ୍ରୀୟ ମହାପ୍ରଭୁ ପଦ୍ମବେଶରେ ସଜେଇ ହେବେ। ରତ୍ନ ସିଂହାସନ ଉପରେ ସୁନ୍ଦର, କମନୀୟ ବେଶଭୂଷାରେ ଝଟକିବେ ଚତୁର୍ଦ୍ଧାମୂରତି। ବର୍ଷକ ପରେ ଆଜି ଆସିଛି ସେ ଦିନ। ଏଥିପାଇଁ ପୁରୀ ବଡ଼ଛତା ମଠରେ ଶେଷ ହୋଇଛି ବେଶ ପ୍ରସ୍ତୁତି। ଆଜି ମଧ୍ୟରାତ୍ରରେ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବାକୁ ଥିବା ସୋଲରେ ତିଆରି ସୁଶୋଭିତ ପଦ୍ମ, ଶ୍ରୀମୁଖ, କରପଲ୍ଲବ, ନାଭିପଦ୍ମ, ହଂସ ନିର୍ମାଣ ସରିଛି। ପଦ୍ମବେଶରେ ଠାକୁରଙ୍କ ଚୂଳରେ ତୁଳସୀ ଓ ଗଳାରେ ଲାଗି ହେବାକୁ ଥିବା ବିରାଟ ଗେଣ୍ଡୁମାଳ ବି ପୂର୍ଣ୍ଣାବୟବ ରୂପ ନେଉଛି।

ଏ ହେଉଛି ପୋଖରୀ ସଦୃଶ। ଗୋଟିଏ ପୁଷ୍କରିଣୀ ଭିତରେ ପଦ୍ମ ଫୁଟିଥିବା ସହ ହଂସ ଖେଳୁଥିବ, ଠିକ୍ ସେହିପରି ମହାପ୍ରଭୁଙ୍କ ସିଂହାସନ ପୋଖରୀ ଭିତରେ ହଂସ ଖେଳିବା ପରି ଅବସ୍ଥାରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। 
-ବସନ୍ତ ରଣା, ମୁଖ୍ୟ ବେଶ ଶିଳ୍ପୀ

ବିଧି ଓ ପରମ୍ପରା ଅନୁସାରେ ମାଘ ମାସ ଶୁକ୍ଲପକ୍ଷ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ଭିତରେ ବୁଧବାର କିମ୍ବା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ପ୍ରାୟ ୩ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏ ବେଶ ନିର୍ମାଣ ଲାଗି ଆବଶ୍ୟକ ସୋଲ, ଜରି, ଜମରା, ବାଉଁଶ, ବେତ, କନା ଓ ରଙ୍ଗ ଆଦି ବଡ଼ଛତା ମଠ ଯୋଗାଇ ଦେଇଥାଏ। ପରେ ନିଷ୍ଠା ଓ ସୁଦ୍ଧପୁତ ମନରେ ବେଶ ତିଆରି କରନ୍ତି ବେଶ ଶିଳ୍ପୀ।

ଏପଟେ ଶ୍ରୀଜିଉଙ୍କ ପଦ୍ମବେଶ ଲାଗି ୨୦୧୧ ମସିହାରୁ ଭୁବନେଶ୍ୱର ଜଣେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାସ ପ୍ରତିବର୍ଷ ହଜାର, ହଜାର ସଜଫୁଟା ପଦ୍ମ ଯୋଗାଇ ଆସୁଛନ୍ତି। ଏ ବର୍ଷ ବି ବେଶ ପୂର୍ବରୁ ଶ୍ରୀମନ୍ଦିରରେ ପଦ୍ମ ଚିନ୍ତାମଣି ପହପହଞ୍ଚାଇଛନ୍ତି।

ବଡ଼ସିଂହାର ବେଶରେ ପ୍ରଭୁ ଦର୍ଶନ ଦିଅନ୍ତି। ଏଇ ବେଶ ସରିବା ପରେ ମହାପ୍ରଭୁ ବିଳମ୍ବିତ ପ୍ରହରରେ ଶୟନ କରନ୍ତି। ସକାଳେ ମଙ୍ଗଳ ଆଳତୀ ପରେ ଏ ବେଶରେ ଦର୍ଶନ ଦିଅନ୍ତି। 
-ପ୍ରଫେସର ଜଗନ୍ନାଥ ଦାସ, ସାଧୁ, ବଡ଼ଛତା ମଠ

ଆଜି ମଧ୍ୟରାତ୍ରରେ ବଡ଼ସିଂହାର ବେଶରେ ଥିବା ମହାପ୍ରଭୁଙ୍କୁ ପଦ୍ମବେଶରେ ବିଭୁଷିତ କରିବେ ପୁଷ୍ପାଳକ ସେବାୟତ। ଏ ବେଶକୁ ପରଦିନ ଅବକାଶ ଓ ମଙ୍ଗଳଆଳତୀ ନୀତି ପର୍ଯ୍ୟନ୍ତ ସାଧାରଣ ଭକ୍ତ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି।

https://www.youtube.com/watch?v=50lWIJ5HZCY

ରିପୋର୍ଟ: ମଧୁସୂଦନ ମିଶ୍ର
Lord-jagannath-to-don-padma-besha-in-puri-srimandir-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories