ଓଏଏସ୍ ପରୀକ୍ଷାରେ ଲୋପାମୁଦ୍ରା ସାମଲଙ୍କ ସଫଳତା

ଦେବଗଡ଼ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ୨୦୧୬-୧୭ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଦେବଗଡ଼ର ଲୋପାମୁଦ୍ରା ସାମଲ। ସେ ପ୍ରଥମ ଥରରେ ଏହି ସଫଳତା ହାସଲ କରିଛନ୍ତି।

ଲୋପାମୁଦ୍ରା ଓଏଏସ୍ ୨୦୧୬-୧୭ ପରୀକ୍ଷାରେ ୩୨ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସଫଳତା ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋପାମୁଦ୍ରା।ବାପା ଭବାନୀ ଶଙ୍କର ସାମଲ ଓ ମାଆ ଶକୁନ୍ତଳା ପ୍ରଧାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି।

ଲୋପାମୁଦ୍ରା ଦିଲ୍ଲୀରେ ରହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ। ଆଗକୁ ସେ UPSC ରେ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

You might also like