• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ଶୂନଶାନ୍, ଖାଁ ଖାଁ କ୍ୟାପିଟାଲ୍। ହେଲେ ଏହି କୋଳାହଳ ଶୂନ୍ୟ ସହରରେ କିନ୍ତୁ ସକ୍ରିୟ ଅପରାଧୀ ଗନ୍ ପଏଣ୍ଟରେ ଲୁଟ୍ ତ କରୁଛନ୍ତି, ତାସହ ଘର ଭିତରେ ପଶି କରୁଛନ୍ତି ମରଣାନ୍ତକ ଆକ୍ରମଣ। ରବିବାର ସକାଳ ପ୍ରାୟ ୭ଟା। ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ୍-୩ ସରକାରୀ କ୍ୱାର୍ଟର ସାମ୍ନାରେ ମହିଳା ଭିଜିଲାନ୍ସ ଅଧିକାରୀ ତନୁଜା ମହାନ୍ତିଙ୍କ ଘରେ ପଶି ବନ୍ଧୁକ ମୂନରେ ସୁନା ଅଳଙ୍କାର ଲୁଟି ନେଲେ ଅପରାଧୀ।

ଠିକ୍ ଏହାର ୪ ଘଣ୍ଟା ପରେ ଆଇଆରସି ଭିଲେଜ୍‌ରେ ଏନ୍-4 କ୍ୱାର୍ଟରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ଦେଇଙ୍କ ଘରେ ପଶି କଲେ ଲୁଟପାଟ୍। ଏପରିକି ପିନ୍ଧିଥିବା ଅଳଙ୍କାରକୁ ଲୁଟିବା ପାଇଁ ତୁଳସୀଙ୍କ କାନ ଏବଂ ଅଙ୍ଗୁଳିକୁ ବି କାଟିଦେଇଥିଲେ। ସ୍ୱାମୀ ପାଖ ମାର୍କେଟକୁ ଯାଇଥିବାବେଳେ ଘରେ ଏକୁଟିଆ ଥିବାର ସୁଯୋଗ ପାଇ ଏଭଳି କାଣ୍ଡ ଭିଆଇଥିଲେ ଅପରାଧୀ। ଏବେ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଆଇସିୟୁରେ ଚିକିତ୍ସାଧୀନ। ସାଇଣ୍ଟିଫିକ୍ ସହ ପୋଲିସ ଏବେ ଘଟଣାର ଖୋଳତାଡ଼ କରୁଛି।

ଜୁନ୍ ୨୫ରେ ବାଲିଅନ୍ତା ଅଞ୍ଚଳରେ ସଂଘଟିତ ଲୁଟତରାଜ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ଜବତ ହୋଇଛି ବନ୍ଧୁକ ସହ କିଛି ଅଳଙ୍କାର। ଆଉ ଗତକାଲି ଗୋଟିଏ ଦିନରେ ଦୁଇ ଦୁଇଟି କ୍ରାଇମା ବରିଷ୍ଠ ନାଗରିକଙ୍କ ଘରେ ପଶିଲେ, ହାଣିଲେ ଆଉ ଲୁଟିଲେ। କେବଳ ଏତିକି ନୁହେଁ, କରୋନା ମହାମାରୀ ମାଡ଼ିବା ପରଠୁ ଜାରି ରହିଥିବା ଲକଡାଉନ୍ ପିରିୟଡ୍‌ ଭିତରେ ରାଜଧାନୀରେ ଘଟିଲାଣି ଏକାଧିକ ଅପରାଧ।

ଚଳିତ ବର୍ଷ ମାର୍ଚ୍ଚରୁ ଜୁନ୍ ଯାଏଁ ୪ ମାସର ତଥ୍ୟ ଯଦି ଦେଖିବା, ତେବେ ୪୪ଟି ଡକାୟତି, ୧୦୮ଟି ଲୁଟ୍ ଏବଂ ୪୬୭ଟି ଚୋରି ମାମଲା ହେଲାଣି ଭୁବନେଶ୍ୱରରେ। ଆଉ ତାହାରି ଭିତରେ କ୍ରମାଗତ ଭାବେ ବଢ଼ିଛି ଚୋରି ରାହାଯାନୀ ମାମଲା। ତେବେ କାହିଁକି ବଢ଼ିଚାଲିଛି ଏଭଳି ଅପରାଧ? କୋଭିଡ୍ ମୁକାବିଲାରେ ପୋଲିସର ବ୍ୟସ୍ତତାକୁ ଦେଖି ଅପରାଧୀ ଫାଇଦା ନେଉଛନ୍ତି ନା କରୋନା ମାଡ଼ରେ ରୋଜଗାର ଚାଲିଯିବା ପରେ କରୁଛନ୍ତି ଲୁଟପାଟ୍? ପୂର୍ବତନ ଡିଜିପିଙ୍କ ଆଶଙ୍କା ବର୍ତ୍ତମାନ ସ୍ଥିତିରେ ପୋଲିସ ନୂଆ ଷ୍ଟ୍ରାଟେଜି ନକଲେ ଆଗକୁ ଅସାମାଜିକ ତତ୍ତ୍ୱଙ୍କ ପାଦୁର୍ଭାବ ଆହୁରି ବଢ଼ିବ।

https://www.youtube.com/watch?v=XYUIMBR8LEI

Looters-target-senior-citizen-in-bhubaneswar-taking-advantage-of-the-lockdown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories