କାର୍‌ରେ ବୁଲି ବୁଲି କରୁଛନ୍ତି ବାଇକ୍‌ ଚୋରି

ଭୁବନେଶ୍ୱର: ରାତି ଅଧରେ କାର୍ ଧରି ବୁଲୁଥିଲେ। ସୁଯୋଗ ପାଇବା ମାତ୍ରେ ଲକ୍ ଭାଙ୍ଗି ବାଇକ୍ ନେଇ ଯାଉଥିଲେ। ଏପରି ଏକ ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ। ବିଭିନ୍ନ ସିସିଟିଭିରୁ ଏମାନଙ୍କର ସୁରାଗ ସଂଗ୍ରହ କରି ୫ ଜଣିଆ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି।

ସେମାନଙ୍କଠାରୁ ୧୯ଟି ବାଇକ୍ ଜବତ କରାଯାଇଛି। ଚୋରି ସମୟରେ ବ୍ୟବହାର କରାଯାଉଥିବା ଏକ କାର୍ ମଧ୍ୟ ଜବତ କରିଛି ପୋଲିସ।

ଏହି ଲୁଟେରାମାନେ ଖୋର୍ଦ୍ଧା ସହିତ ନୟାଗଡ଼, ଭୁବନେଶ୍ୱର, ଫୁଲବାଣୀ ଅଞ୍ଚଳରୁ ମଧ୍ୟ ବାଇକ୍ ଚୋରି କରୁଥିଲେ। କୋର୍ଟ ଚାଲାଣ ପରେ ଅଭିଯୁକ୍ତଙ୍କୁ  ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ଏସ୍ପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି।

You might also like