• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜଧାନୀରୁ ପୁଣି ଲୁଟ୍। ଗୋଟିଏ ପଟେ ଡକାୟତି ଯୋଜନା ପଣ୍ଡ। ଅନ୍ୟପଟେ ଲୁଟ୍। ସୋମବାର ଏଭଳି ଘଟଣା ନଜରକୁ ଆସିଛି। ରାଜଧାନୀରେ ସୂଚନା ଅନୁସାରେ ଭୁବନେଶ୍ୱର ବରଗଡ଼ ଅଂଚଳରେ ୪ଜଣ ଡକାୟତ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ।

ଖବର ପାଇ ପୁଲିସ ପିସିଆର୍‌ ଭ୍ୟାନ୍‌ ଅତର୍କିତ ଚଢ଼ାଉ କରିବା ସହ ୪ଜଣ ଡକାୟତଙ୍କୁ ଗିରଫ କରିଥିଲା। ପୁଲିସର ସୂଚନା ଅନୁସାରେ ଏହି ଲୁଟେରାମାନେ ଭୟ ଦେଖାଇବା ପାଇଁ ପ୍ରଥମେ ନକଲି ବନ୍ଧୁକ ଦେଖାନ୍ତି କିମ୍ବା ଲଙ୍କାଗୁଣ୍ଡ ବ୍ୟବହାର କରିଥାନ୍ତି।

ବିଶେଷକରି ମର୍ଣ୍ଣିଓ୍ୱାକ, ବାଇକ୍‌ ଚାଳକ ଓ ହାଇୱେ ଯାତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ଏହି ଲୁଟେରାମାନେ ଲୁଟ୍ କରିଥାନ୍ତି। ପୁଲିସ ସେମାନଙ୍କ ଠାରୁ ନକଲି ବନ୍ଧୁକ ସହ ଲଙ୍କା ଗୁଣ୍ଡ ଓ ମାରଣାସ୍ତ୍ର ଜବତ କରିଛି। ଏମାନଙ୍କ ନାଁରେ ଡଜନରୁ ଅଧିକ ମାମଲା ରହିଛି।ଘଟଣା ସ୍ଥଳରୁ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି।

ତେବେ ଗୋଟିଏ ପଟେ ପୁଲିସକୁ ସଫଳତା ମିଳିଥିବାବେଳେ, ଅନ୍ୟପଟେ ରାଜଧାନୀରେ ପୁଣି ଲୁଟ୍ ପୁଲିସର ଚିନ୍ତା ବଢାଇ ଦେଇଛି। ସୋମବାର ପୁଣି ଲୁଟ୍ ଅଭିଯୋଗ ଆସିଛି ପଳାସୁଣି ଅଂଚଳରୁ। ଏକ ଅଫିସ୍‌ ଭିତରୁ ଲୁଟେରାମାନେ ଲାପ୍‌ଟପ୍ ,ଦୁଇଟି କ୍ୟାମେରା ସହ ୪ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନିକଟରେ ଚନ୍ଦ୍ରଶେଖରପୁର, ନନ୍ଦନକାନନ, ନୟାପଲ୍ଲୀ ଥାନା ଅଧିନରେ ଏକାଧିକ ଲୁଟ୍ ହୋଇଥିବାବେଳେ, ଏବେ ପୁଣି ଲୁଟ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

Lootera-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories