ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିନେଲେ ୪ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ରାତି ଅଧରେ ମାତିଲେ ଲୁଟେରା। ଦୁଇ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିଛନ୍ତି ୪ ଜଣ ଦୁର୍ବୃତ୍ତ। କିଛି ଦିନର ବ୍ୟବଧାନ ପରେ ଲୁଟ୍ ତରାଜ୍‌ର ଏହି ଘଟଣା ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗତକାଲି ରାତିରେ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଦୁଇ ବ୍ୟବସାୟୀ ଯାଉଥିବାବେଳେ ତାଙ୍କୁ ଅଟକାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ବେଳେ ଅନ୍ୟ ଜଣେ ତାଙ୍କୁ ଅଟକାଇଥିଲେ। ଯାହା ପରେ ଉଭୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଛୁରାମାଡ଼ ଓ ଲୁଟ୍‌ପାଟ୍ କରି ୪ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

You might also like