ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା

ସୋର: ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଓ ସୁନା ଅଳଙ୍କାର ଲୁଟିଥିବା ଜଣେ ଲୁଟେରା ଦିଲ୍ଲୀ ପୁଲିସ୍‌କୁ ଚକ୍‌ମା ଦେଇ ବାଲେଶ୍ୱର ଷ୍ଟେସନରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଜଣେ ବ୍ୟକ୍ତି ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟବୟାସୀଙ୍କ ଘରେ କାମ କରୁଥିଲେ। ହେଲେ ଗତ କିଛିଦିନ ତଳେ ଉକ୍ତ ବ୍ୟକ୍ତି ଜଣକ ବ୍ୟବସାୟୀଙ୍କ ଘରୁ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା।

ଗତକାଲି ଦିଲ୍ଲୀର ଆଦର୍ଶନଗର ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଁରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ବାଲେଶ୍ୱର ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିଲା। ତେବେ ଦିଲ୍ଲୀ ପୁଲିସ୍‌ର ତିନି ଜଣିଆ ଟିମ୍ ଉକ୍ତ ବ୍ୟକ୍ତିଙ୍କୁ ଗତକାଲି ଟ୍ରେନ୍‌ରେ ଦିଲ୍ଲୀ ନେଉଥିବା ବେଳେ ବାଲେଶ୍ୱର ଷ୍ଟେସନରୁ ସେ ଫେରାର ହୋଇଯାଇଥିବା କୁହାଯାଉଛି।

You might also like