• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି।

ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଜଣେ ଦୁର୍ବୃତ୍ତ ଗାଡ଼ି ଅଟକାଇଥିବାବେଳେ ୬ ଜଣ ଲୁଟେରା ଲୁଟ୍ ଉଦ୍ୟମ କରୁଥିଲେ।

ହଠାତ୍ ଏହି ସମୟରେ ଡ୍ରାଇଭର ଟ୍ରକକୁ ଆଗକୁ ନେଇଯାଇଥିଲା । ଫଳରେ ଟ୍ରକ୍ ତଳେ କେତେ ଜଣ ଚାପି ହୋଇଯାଇଥିଲେ।  ଜଣେ ଲୁଟେରାଙ୍କ ମୃତ୍ୟୁ ଘଟିଥିଲା।  ଅନ୍ୟ ଆହତ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ୨ ଲୁଟେରାଙ୍କୁ ପୁଲିସ ଗିରଫ କରିଛି । ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କଠାରୁ ଏକ ବାଇକ୍ ଜବତ ହୋଇଛି।

Lootera-dead-at-the-time-of-loot
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories