ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍
ପୁରୀ : ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ଲୁହା ଜାଲିକୁ ତାଡିବା ସହ କବାଟର ପିତ୍ତଳର ବଳାକୁ ଉପାଡି ଦାନବାକ୍ସ ଭାଙ୍ଗି ଲୁଟ୍ କରିଛନ୍ତି।
ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗା ଯାଇ ଲୁଟ୍ ହେବା ଜାଣିଥିଲେ। ଏହାପରେ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଜଣାଇବା ପରେ ନିର୍ବାହୀ ଅଧିକାରୀ ପୁରୀ ତାଳବଣିଆ ଥାନରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ।
ଦାନବାକ୍ସରେ ପ୍ରାୟ ୩ଲକ୍ଷ ଟଙ୍କା ଥିବା ଅଭିଯୋଗ କରାଯାଇଛି। ଏତଲା ପାଇବାପରେ ତାଳବଣିଆ ଥାନା ପୁଲିସ ସିଦ୍ଧମହାବୀର ମନ୍ଦିରକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସନ୍ଦେହରେ ୨ଜଣକୁ ଅଟକ ରଖି ପଚରାଉଚାର କରୁଛି।
ମନ୍ଦିରର ଟ୍ରଷ୍ଟ ବୋର୍ଡ ନଥିବାରୁ ଗତ ୩ବର୍ଷ ହେଲା ଦାନ ବାକ୍ସରୁ ଟଙ୍କା କଢା ଯାଇନଥିଲା। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ଲୁଟେରା ଏହି କାମ ଭିଆଇ ଥିବା ଅନୁମାନ କରାଯାଉଛି।