ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଲୁଟ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦିନ ଦ୍ୱିପହର ରେ ଜଣେ ବ୍ୟବସାୟୀ ଙ୍କ ବାଇକ ରୁ ଅଡ଼େଇ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଦିନ ପ୍ରାୟ ୧୨ ଟା ସମୟରେ। ବ୍ୟବସାୟୀ ଜଣଙ୍କ ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ଟି ପଦାକୁ ଆସିଥିଲା। ଉମରକୋଟ ଗୁଲିପାଟଣା ସାହି ରେ ରହୁଥିବା ବ୍ୟବସାୟୀ ସଞ୍ଜୟ କୁମାର ତ୍ରିପାଠୀ ଝରିଗାଁ ବ୍ଲକ୍ ତେଲନଦୀ ଗ୍ରାମ ଠାରେ ଏକ ଦୋକାନ କରି ଜୀବିକା ର୍ନିବାହ କରନ୍ତି। ସୋମବାର ଦିନ ସେ କିଛି ସାମଗ୍ରୀ କିଣିବା ପାଇଁ ଉମରକୋଟ ଆସିଥିଲେ ଏବଂ ଆନ୍ଧ୍ରା ବ୍ୟାଙ୍କ୍ ରୁ ଅଢେଇ ଲକ୍ଷ ଟଙ୍କା ଉଠାଇ ଆଉ କିଛି ସାମଗ୍ରୀ କିଣିବା ପାଇଁ ଗୁଲିପାଟଣା ସ୍ଥିତ ଏକ ଦୋକାନକୁ ଯାଇଥିଲେ।

ସେଠାରେ ସେ ଟଙ୍କା ଥିବା ବ୍ୟାଗ ଟିକୁ ନିଜ ବାଇକ୍ ରେ ଝୁଲାଇ ରଖିଥିଲେ କିନ୍ତୁ କିଛି ସମୟ ପରେ ଦୋକାନ ରୁ ଫେରି ଆସି ବ୍ୟାଗ ସହ ନିଜ ହେଲମେଟ ନଥିବା ଦେଖିବାକୁ ପାଇଥିଲେ। ତେବେ ଜଣେ ଯୁବକ ଏହି ଟଙ୍କା ବେଗ ଓ ହେଲମେଟ ନେଉଥିବା ଦୃଶ୍ୟ ଦୋକାନ ପାଖରେ ଲାଗିଥିବା ସିସିଟିଭି କେମେରା ରେ କୈଦ୍ ହୋଇଛି। ସଞ୍ଜୟ ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ତୁରନ୍ତ ସିସିଟିଭି ଭିଡିଓ କୁ ଧରି ତଦନ୍ତ ଆରମ୍ଭ କରିଛି।

You might also like