ମାରୁତି ସୁଜୁକି ଶୋ’ରୁମ୍ରୁ ଲୁଟ୍
ଉଦଳା : ମୟୂରଭଞ୍ଜ ଉଦଳା ଥାନା ମସ୍ଜିଦ୍ ଛକସ୍ଥିତ ମାରୁତି ସୁଜୁକି ଶୋ’ରୁମ୍ରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଶୋ’ରୁମ୍ରେ ଥିବା ବାଥ୍ରୁମ୍ର ସ୍କାଏଲାଇଟ୍ ଭାଙ୍ଗି ଶୋ’ରୁମ୍କୁ ପ୍ରବେଶ କରିଥିଲେ। ଟେବୁଲ ଡ୍ର ଭାଙ୍ଗି ୧ ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।