ଖୋର୍ଦ୍ଧା( ବଳରାମ ଲେଙ୍କା) : ଦିନ ଦ୍ୱିପ୍ରହରରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କୁ ହାଣି ଲୁଟିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ଶ୍ରୀରାମପୁର-ଠଣାପଲ୍ଲୀ ରାସ୍ତାରେ ଏହି ଲୁଟ୍ ହୋଇଛି।
ଲୁଟ୍ର ଶିକାର ହୋଇଛନ୍ତି ଦିବ୍ୟ ପ୍ରସାଦ ସାହୁ। ସେ ମାସିକ ଋଣର କିସ୍ତି ଆଦାୟ କରି ରାଜସୁନାଖଳା ଫେରୁଥିବା ବେଳେ ବାଇକ୍ରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପ୍ରଥମେ ମାରଣାସ୍ତ୍ରରେ ହାଣି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏ ସମ୍ପର୍କରେ ଦିବ୍ୟ ପ୍ରସାଦ ବାଙ୍କୋଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।