ଡ୍ରେନ୍‌ରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲୁଟ୍‌

ଜଟଣୀ: ଶ୍ରମିକରୁ ଗହଣା ଲୁଟେରା। ଡ୍ରେନ୍‌ ଭିତରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌। ରାତାରାତି ଧନୀ ହେବାର ଲୋଭ କେମିତି ଶ୍ରମିକରୁ ଲୁଟେରା ବନାଇ ଦେଲା ଏହି ସବୁ କଥା  ଲୁଟେରା ମାନେ ପୁଲିସ୍‌ ଆଗରେ ବଖାଣିଛନ୍ତି। 

ଜଟଣୀ ସ୍ଥିତ ଏକ ଗହଣା ଦୋକାନରୁ ଲୁଟ୍‌ର ୨୬ ଦିନ ପରେ କମିଶନରେଟ ପୁଲିସ୍‌ ସୁଡଙ୍ଗ ଲୁଟେରାଙ୍କୁ ଗିରଫ କରିଛି। କେମିତି ହୋଇଥିଲା ଲୁଟ୍‌ର ମାଷ୍ଟର ପ୍ଲାନ୍‌ ଓ ତାହାର ଲାଇଭ ଭିଜୁଆଲ ସବୁ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ।

ପ୍ରଥମେ ଲୁଟେରାମାନେ ଡ୍ରେନ୍‌ ଖୋଳି ଦୋକାନକୁ ସୁଡ଼ଙ୍ଗ ତିଆରି କରୁଥିଲେ। ଏଥିପାଇଁ ଦିନ ସମୟରେ ରେକି କରୁଥିଲେ ଓ ରାତିରେ ସୁଡ଼ଙ୍ଗ ଖୋଳାରେ ଲାଗିଯାଉଥିଲେ। ଲୁଟ୍‌ ପାଇଁ ଲୁଟେରାମାନେ ୭ଦିନର ରେକି ଓ ୩ରାତି ଅପରେସନ କରି ଶେଷରେ ଗହଣା ଦୋକାନରୁ ଲୁଟ୍‌ କରିଥିଲେ।

ଗହଣା ଦୋକାନ କଡ଼ରେ ଥିବା ଛୋଟ ଡ୍ରେନ୍‌ ଦେଇ ବଡ ଡ୍ରେନ୍‌କୁ ପ୍ରବେଶ କରିବା ପରେ ତିନିଫୁଟ ପର୍ଯନ୍ତ ମାଟି ଖୋଳି ଏମାନେ ଦୋକାନରେ ପ୍ରବେଶ କରି ଗହଣା ଦୋକାନରେ କଳା କନା ବୁଲାଇ ଲୁଟେରାମାନେ ଚମ୍ପଟ ମାରୁଥିଲେ। ମାଷ୍ଟର ପ୍ଲାନ୍‌ କରି ଏଭଳି ଲୁଟ୍‌ କରିଥିଲେ ଯେ କେହି ବି ଏହାର ଟେର୍‌ ମଧ୍ୟ ପାଇନଥିଲେ।

ଏହି ଘଟଣାରେ ପୁଲିସ୍‌ ୨ ଲୁଟେରାଙ୍କ ସମେତ ଲୁଟ୍‌ ଗହଣା କିଣିଥିବା ୨ଜଣ ବଣିଆଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ନିକଟରୁ ସିଲ୍‌ ହୋଇ ରଖାଯାଇଥିବା ବହୁ ପରିମାଣର ସୁନା, ରୂପା ଓ ଦାମୀ ଇମିଟେସନ୍‌ ସବୁ ଜବତ ହୋଇଛି। ଗିରଫ ୨ଜଣ ହେଲେ ପିପିଲି ଅଞ୍ଚଳର ସରୋଜ ବେହେରା ଓ ସୂର୍ଯ୍ୟକାନ୍ତ ବେହେରା। ସେମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି।

You might also like