ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ଲୁଟି ନେଲେ ଟଙ୍କା

ସୁନ୍ଦରଗଡ଼: ବନ୍ଧୁକ ମୁନରେ ବଡ ଧରଣର ଲୁଟ୍। ସୁବର୍ଣ୍ଣପୁରରେ ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ଭରିବାକୁ ଯିବା ବେଳେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ବ୍ୟାଙ୍କ୍ ଅଫ୍ ବରୋଦା ଶାଖାର ଦୁଇ କର୍ମଚାରୀ ସୁଧାଂଶୁ ପ୍ରଧାନ ଓ ସୁନୀଲ ମହାରଣା, ବ୍ୟାଗରେ ୨୧ ଲକ୍ଷ ଟଙ୍କା ନେଇ ଉଲୁଣ୍ଡା ATMରେ ଭରିବାକୁ ଯାଉଥିଲେ। ଉଭୟ ବାଘଲପୁର ଗାଁ ପାର ହେଲା ପରେ ୬ ଜଣ ଡକାୟତ ୩ଟି ବାଇକରେ ଆସି ସୁଧାଂଶୁଙ୍କ ଗାଡିକୁ ଧକ୍କା ଦେଇଥିଲେ।

ପରେ ବନ୍ଧୁକ ଦେଖାଇ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଧର୍ମଶାଳା ଫାଣ୍ଡିରେ ଅଭିଯୋଗ ହୋଇଛି। ସେପଟେ ଯାଜପୁରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବଳରାମପୁର ପେଟ୍ରୋଲ ପମ୍ପର କର୍ମଚାରୀ ଆଜି  ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯିବା ବେଳେ ଜେନାପୁର କବାଟବନ୍ଧ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ପରେ ମାରଣାସ୍ତ୍ର ଦେଖାଇ ଗା଼ଡି ଡିକିରୁ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ଜେନାପୁର ପୋଲିସ ତଦନ୍ତ ଚଳାଇଛି।

 

You might also like