ଲୋନ୍ କରାଇଦେବା ନାଁରେ ଲୁଟ୍ ଅଭିଯୋଗ
ନୀଳଗିରି ( ବିଶ୍ୱମ୍ବର ଦାସ) : ଲୋନ୍ କରାଇଦେବା ନାଁରେ ଲୁଟ୍ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଦାସରଥୀପୁର ଠାରେ deals loan ନାମକ ଏକ ସଂସ୍ଥା ଏହି ଲୋନ୍ କରାଉଥିଲା। ଯାହାଫଳରେ ଗାଁର ମହିଳାଙ୍କ ଠାରୁ ବହୁ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି।
ତେବେ ଟଙ୍କା ନେବା ପରେ ବ୍ୟକ୍ତି ଜଣକ ଧରାଛୁଆ ଦେଉନଥିଲା। ଆଜି ଭୋରରୁ ମହିଳାମାନେ ଏକଜୁଟ୍ ହୋଇ ଭଡ଼ା ଘରେ ଚାଲିଥିବା ଅଫିସକୁ ଘେରାଉ କରି ଅଭିଯୁକ୍ତକୁ ଧରିଥିଲେ।