ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ମାଆ ଦୁର୍ଗାଙ୍କର ୨ କିଲୋଗ୍ରାମ୍‌ ଓଜନର ରୁପା ମୁକୁଟ, ୧୦ ଗ୍ରାମ୍‌ ଓଜନର ସୁନା ହାର ସହିତ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ମନ୍ଦିରର ପୂଜକ ସକାଳୁ ଆସି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ପହଞ୍ଚି ତଦନ୍ତ କରିବା ସହ ପୂର୍ବରୁ ଚୋରି ଅଭିଯୋଗ ଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାର ଓଳାଭର କାଳୀ ମନ୍ଦିରରୁ ମଧ୍ୟ ଚୋରି ହୋଇଛି। ଗ୍ରୀଲ୍ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି।

 

You might also like