• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘର ବାହାରେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ ନେଇଛନ୍ତି ଲୁଟେରା। ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ଅନୁସୟା ବେହେରା।

ସୂଚନା ଅନୁସାରେ, ଆଜି ସକାଳେ ଅନୁସୟା ଘର ବାହାରେ ଥିବା ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଅନୁସୟାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ବେକରୁ ସୁନା ଚେନ୍‌ ନେଇ ଯାଇଥିଲେ। ସିସିଟିଭିରେ ଲୁଟ୍‌ ବେଳର ଦୃଶ୍ୟ କଏଦ ହୋଇଛି।

ସିସିଟିଭିରେ ଦେଖିବାକୁ ମିଳିଛି, କିଭଳି ଭାବରେ ୨ ଜଣ ଲୁଟେରା ବାଇକ୍‌ରେ ଆସୁଛନ୍ତି। ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ରୁ ଓହ୍ଲାଇ ଚାଲି ଚାଲି ଆସି ମାରଣାସ୍ତ୍ରରେ ଫୁଲ ତୋଳୁଥିବା ମହିଳାଙ୍କ ଉପରେ ଆକ୍ରମଣ କରି ସୁନା ଚେନ୍‌ ଲୁଟି ନେଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଥାଉ କି, କିଛିଦିନ ତଳେ ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ଏକ ଲୁଟ୍‌ ଘଟଣା ଘଟିଥିଲା। ହେଲେ ସାହସ ଦେଖାଇ  ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଥିଲେ ଯୁବତୀ ଜଣକ

Loot-in-bhubaneswar-7
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories