ଅସୁରକ୍ଷିତ ରାଜଧାନୀ, ଫୁଲ ତୋଳିଲା ବେଳେ ପୁଣି ଜଣକୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀବାସୀ ଏବେ ନିଜକୁ ଅସୁରକ୍ଷିତ ମନେ କଲେଣି। କିଛିଦିନ ତଳେ ଜଣେ ବୃଦ୍ଧ ମହିଳା ସକାଳୁ ଫୁଲତୋଳିବା ପାଇଁ ଯାଇଥିବା ସମୟରେ ଦୁଇଜଣ ଲୁଟେରା ତାଙ୍କଠାରୁ ଲୁଟ୍ କରିଥିଲେ। ଏବେ ପୁଣି ରାଜଧାନୀରେ ଜଣକୁ ଲୁଟେରା ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ସେଣ୍ଟାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟର ଫୁଲ ତୋଳିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ଏହାପରେ ଏକ ଖଣ୍ଡା ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ।

ଏହି ସମୟରେ ସେମାନଙ୍କଠାରୁ ଖଣ୍ଡା ଛଡ଼ାଇ ଆଣିବା ପାଇଁ ସକ୍ଷମ ହୋଇଥିଲେ ସମ୍ପୃକ୍ତ ଇଞ୍ଜିନିୟର। ହେଲେ ସେ ତାଙ୍କୁ ଧରିବାକୁ ସକ୍ଷମ ହେଇନଥିଲେ। ତେଣୁ ଦୁର୍ବୃତ୍ତ ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି।

ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡାଟିକୁ ଜବତ କରିଛି। ଲୁଟେରାଙ୍କ ଆକ୍ରମଣରେ ଇଞ୍ଜିନିୟରଙ୍କ ଦୁଇ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

You might also like