• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଆଳି ( ବନମାଳୀ ସାହୁ) : ଗୋଟିଏ ରାତିରେ ଦୁଇ ଜଣଙ୍କ ଘରୁ ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍। ଆକ୍ରମଣରେ ୪ ଗୁରୁତର। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଭରତପୁର ଗାଁରେ। ଆହତଙ୍କୁ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗାଁର ହାଡିବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରର ଗ୍ରୀଲ କାଟି ୫ରୁ ଅଧିକ ଡକାୟତ ପ୍ରବେଶ କରିଥିଲେ। ଏହି ସମୟରେ ପରିବାର ଲୋକ ଉଠିବାରୁ ଡକାୟତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଡକାୟତମାନେ ଘରେ ଥିବା ସୁନା ଗୁହଣା ଲୁଟି ନେଇଥିଲେ।

ଏହି ଘଟଣାର କିଛି ସମୟ ପରେ ଡକାୟତମାନେ ଗାଁର ଅଲେଖ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ସମାନ ଢଙ୍ଗରେ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ସୁରକ୍ଷା ଦାବିରେ ଉତ୍ତ୍ୟକ୍ତ ଗାଁ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକରେ ରାସ୍ତାରୋକ କରିଛନ୍ତି।

Loot-in-aul-in-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories