ବନ୍ଧୁକ, ଛୁରୀ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗହଣା

କଟକ: କଟକର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୬ରେ ଥିବା ଏହି ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୯ଟା ସମୟରେ ୩ଜଣ ଯୁବକ ଗହଣା କିଣିବା ପାଇଁ ଗହଣା ଦୋକାନକୁ ଆସିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍‌ରେ ଆଉ ୨ଜଣ ସେମାନଙ୍କୁ ଅପେକ୍ଷା କରିଥିଲେ।

ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଗହଣା ଲୁଟିବା ପରେ କାର୍‌ରେ ପଳାଇବାକୁ ଚେଷ୍ଟା କରୁଥିଲେ। ହେଲେ ଏହି ସମୟରେ ସ୍ଥାନୀୟ ଲୋକେ ଜଣଙ୍କୁ କାବୁ କରି ନେଇଥିଲେ। ଧରା ପଡ଼ିଥିବା ଉକ୍ତ ଯୁବକଙ୍କୁ ଲୋକେ ମର୍କତ ନଗର ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିବା ସହ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି।

ସୂଚନାଥାଉ କି, ଖାଲି କଟକ ନୁହେଁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ ରାଜ୍‌ ଚାଲିଛି। ନିୟମିତ ବ୍ୟବଧାନରେ ଲୁଟେରାମାନେ ଲୁଟ୍‌ କରୁଥିବା ଘଟଣା ସାମ୍ନାକୁ ଆସିଛି।

You might also like