ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟ୍‌

ଭୁବନେଶ୍ୱର: ଡିଏସ୍‌ପିଙ୍କ ଘରୁ ଚୋରି। ତା’ବି ପୁଣି ରାଜଧାନୀ ଭୁବନେଶ୍ୱରରେ। ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ ୩ ସ୍ଥିତ ମହିଳା ଡିଏସ୍‌ପି ତନୁଜା ମହାନ୍ତିଙ୍କ ସରକାରୀ କ୍ୱାର୍ଟର୍ସ ଭିତରକୁ ଆଜି ସକାଳେ ୨ଜଣ ଲୁଟେରା ପ୍ରବେଶ କରିଥିଲେ। ସେମାନେ ଡିଏସ୍‌ପିଙ୍କ ବେକରୁ ସୁନା ଚେନ୍‌ ନେବା ପାଇଁ ପ୍ରୟାସ କରିଥିଲେ। ଡିଏସ୍‌ପି ଏହାକୁ ପ୍ରତିରୋଧ କରିବା ସହ କିଛି ସମୟ ଲୁଟେରାଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ତେବେ ଲୁଟେରାମାନେ ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ବେକରୁ ସୁନା ଚେନ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

You might also like