ଅଢେଇ କିଲୋ ସୁନା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରି ହୋଇଯାଇଛି।  ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ କଳାକନା ବୁଲାଇଛନ୍ତି ଚୋର ।

ଦୋକାନର ଆଇରନ୍ ଚେଷ୍ଟରେ ଥିବା ୨କିଲୋ ୮ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟେରା ମାନେ ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି ।

ଖବରପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇରନ୍ ଚେଷ୍ଟକୁ ସାମାନ୍ୟ ତାଡ଼ି ସେଥିରେ ସୃଷ୍ଟି ହୋଇଥିବା ଫାଙ୍କରେ ହାତ ମାରି ସବୁ ସୁନା ଗହଣା ଚୋରି ହୋଇଥିବା ପୋଲିସ ସନ୍ଦେହ କରିଛି । ସିସିଟିଭି ଫୁଟେଜକୁ ପୋଲିସ ଜବତ କରିଥିବା ବେଳେ ଅତି ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ବଡ଼ ବଜାର ଥାନା ଆଇଆଇସି।

ଆହୁରି ପଢ଼ନ୍ତୁ

You might also like