ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ସବୁଠୁ ଲମ୍ବା ଟ୍ରେନ୍
ସମ୍ବଲପୁର: ଇଷ୍ଟକୋଷ୍ଟ ରେଳ ଧାରଣାରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ କିଲୋମିଟର ଦୈର୍ଘ୍ୟର ମାଲବାହୀ ଟ୍ରେନ। ସମ୍ବଲପୁର ରେଳ ଡିଭିଜନର ଗଡଭାଗାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯାଇଥିଲା । ଟ୍ରେନରେ ୪ଟି ଇଞ୍ଜିନ, ୧୪୭ଟି ବଗି ରହିଥିଲା । ଟ୍ରେନର ପ୍ରଥମ ରେଗ୍ରେ ୫୪ଟି ୱାଗନରେ ମାଲବାହୀ କଣ୍ଟେନର ଥିଲା। ଦ୍ୱିତୀୟରେ ଏବଂ ତୃତୀୟ ର୍ୟାକରେ ୫୧ଟି ଲେଖାଏ ଖାଲି ଆଲୁମିନିୟମ କଣ୍ଟେନର ଯାତାୟତ କରିଛି । ଏହି ସବୁ […]
ସମ୍ବଲପୁର: ଇଷ୍ଟକୋଷ୍ଟ ରେଳ ଧାରଣାରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ କିଲୋମିଟର ଦୈର୍ଘ୍ୟର ମାଲବାହୀ ଟ୍ରେନ। ସମ୍ବଲପୁର ରେଳ ଡିଭିଜନର ଗଡଭାଗାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯାଇଥିଲା ।
ଟ୍ରେନରେ ୪ଟି ଇଞ୍ଜିନ, ୧୪୭ଟି ବଗି ରହିଥିଲା । ଟ୍ରେନର ପ୍ରଥମ ରେଗ୍ରେ ୫୪ଟି ୱାଗନରେ ମାଲବାହୀ କଣ୍ଟେନର ଥିଲା। ଦ୍ୱିତୀୟରେ ଏବଂ ତୃତୀୟ ର୍ୟାକରେ ୫୧ଟି ଲେଖାଏ ଖାଲି ଆଲୁମିନିୟମ କଣ୍ଟେନର ଯାତାୟତ କରିଛି । ଏହି ସବୁ କଣ୍ଟେନରଗୁଡ଼ିକ ବିଶାଖାପାଟନମ ପୋର୍ଟ ଅଭିମୁଖେ ଯିବ ।