• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ମୋ ସରକାରର ଗହଳଚହଳ ଭିତରେ ଅକାମୀ ହୋଇଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ ପାଇଁ ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଆଇନରେ ଏବେ ଲୋକଙ୍କୁ ଆଉ ସେବା ମିଳୁନି। ସମୟ ଭିତରେ ସେବା ନ ଦେଲେ ଜରିମାନା ଓ ଦଣ୍ଡ ବିଧାନର ପ୍ରାବଧାନ ଥିଲେ ବି ଏହା କାର୍ଯ୍ୟକାରୀ ହେଉନି। ଏକଥା ଖୋଦ୍ ସରକାରୀ ଅଧିକାରୀ ବି ସ୍ୱୀକାର କରିଛନ୍ତି। ଦେଖିବା ରାଜ୍ୟରେ କେମିତି କାମ କରୁଛି ଓଡ଼ିଶା ଲୋକସେବା ଅଧିକାର ଆଇନ।

ଆପଣଙ୍କ ଅଧିକାର ଆମର କର୍ତ୍ତବ୍ୟ ଏହି ସ୍ଲୋଗାନ ଦେଇ ଦୁର୍ନୀତି ହଟାଇବା ସହ ଲୋକଙ୍କ ହାତ ପାଆନ୍ତାରେ ସେବା ଦେବାକୁ ସରକାର ୭ ବର୍ଷ ତଳେ ଆରମ୍ଭ କରିଥିଲେ ଓଡ଼ିଶା ଲୋକସେବା ଅଧିକାର ଆଇନ। ସେବା ଦେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ବି ଧାର୍ଯ୍ୟ କରାଯାଇଥିଲା। ଏଥିରେ ଅଛି ଦୁଇ ଦିନରେ ଡ୍ରାଇଭିଂ ଲାସେନ୍ସର ସାର୍ଟିଫାଏଡ୍ କପି, ୫ ଦିନ ଭିତରେ ଗାଡ଼ି ପଞ୍ଜିକରଣ ସହ ଡ୍ରାଇଭିଂ ଲାଇସେନ୍ସ,୧୫ ଦିନରେ ଆବାସିକ ପ୍ରମାଣ ପତ୍ର, ୩୦ ଦିନରେ ଜାତିଗତ ପ୍ରମାଣପତ୍ର, ୯୦ ଦିନରେ ଜମିପଟ୍ଟା ପରି ୩୪୧ଟି ସେବା ୨୫ ଟି ବିଭାଗ ଲୋକଙ୍କୁ ସେବା ଦେବାକୁ ନିର୍ଦିଷ୍ଟ ସମୟ ବି ଧାର୍ଯ୍ୟ ହୋଇଥିଲା। ଆଉ ସମୟ ଭିତରେ ସେବା ନ ଦେଲେ ଜରିମାନା ସହ ଦଣ୍ଡ ବିଧାନର ବ୍ୟବସ୍ଥା ବି ଥିଲା। ହେଲେ ଏବେ ସରକାର ଏସବୁ ଭୁଲିଗଲେଣି। ନା ଆଇନ ପାଳନ ହେଉଛି ନା ସମୟ ଭିତରେ ସେବା ମିଳୁଛି।

କେବଳ ଭୁବନେଶ୍ୱର ତହସିଲରେ ଫଇସଲା ପାଇଁ ପଡ଼ିରହିଛି ୬ ହଜାର ୭ ସହ ମ୍ୟୁଟେସନ ମାମଲା।  ଅଧିକାରୀ ବି ମାନୁଛନ୍ତି ଭିତ୍ତିଭୂମି ଓ କର୍ମଚାରୀ ଅଭାବରୁ କାମ ଆଗେଇପାରୁନି। ତେବେ ବିଡ଼ମ୍ବନା ହେଉଛି ଲୋକସେବା ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ଉଦ୍ଦିଷ୍ଟ ସରକାରଙ୍କ ୱେବସାଇଟରେ ପୂରା ରାଜ୍ୟର ତଥ୍ୟ ନାହିଁ।

କେବଳ ୨୦୧୪ ପର୍ଯ୍ୟନ୍ତ ୧୩  ଲକ୍ଷ ୮୭ ହଜାର ଆବେଦନ ଆସିଥିବାର ତଥ୍ୟ ରହିଛି। ହେଲେ ଏଥିରୁ କେତେ ଫଇସଲା ହୋଇଛି ତାହା ବି ଜଣାପଡୁନି। ବଡ଼କଥା ହେଉଛି ସରକାର ଏଥିପାଇଁ ଖୋଲିଥିବା ଅଫିସରେ ଏବେ ତାଲା ପଡ଼ିଛି।

ଅଫିସରଙ୍କୁ ଯଦିଓ ଲୋକସେବା ଭବନରେ ଚାମ୍ବର ମିଳିଛି ତଥାପି ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।

ଏବେ ମୋ ସରକାରର ପ୍ରଚାର ଭିତରେ ଲୋକସେବା ଆଇନ କୁଆଡ଼େ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ।

ଲୋକ ସେବା ଆଇନ କାର୍ଯ୍ୟକାରିତାରେ ଚରମ ଅବହେଳା ନେଇ ଲାଗୁଛି ସତେ ଯେମିତି ତୃତୀୟ ପାଳିର କଥାକୁ ପଞ୍ଚମ ପାଳିରେ ପୂରା ପାଶୋରି ଦେଇଛନ୍ତି ସରକାର।

https://youtu.be/RBHMcknomiA

Lokseva-adhikar-law-failled-in-odisha1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories