ଛତିଶଗଡ଼ରେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ୱର/ରାଇପୁର: ଓଡ଼ିଶା ପ୍ରତି ଅଧିକ ବଢ଼ିଲା ପଙ୍ଗପାଳ ଭୟ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରେ ଏହି ପଙ୍ଗପାଳ ଦଳ ପହଞ୍ଚିବା ପରେ ଓଡ଼ିଶାରେ ପଙ୍ଗପାଳ ପହଞ୍ଚିବା ନେଇ ଛନକା ଆହୁରି ବଢ଼ିଛି।

ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି। ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି। ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ପଙ୍ଗପାଳକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ, ବାଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି।

ଆଜି ସକାଳେ ମନିନ୍ଦ୍ରଗଡ଼ରୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି, ଔଷଧ ସିଞ୍ଚନ କାମ ଆରମ୍ଭ କରିଛନ୍ତି। କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ୱଂସ ହୋଇଥିବାର ସୂଚନା ମିଳିଛି। ତେବେ ବର୍ତ୍ତମାନ ସମୟରେ ଏହି ପଙ୍ଗପାଳ ଦଳ ଛତିଶଗଡ଼ର ବସ୍ତର ଆଡ଼କୁ ଅଗ୍ରସର ହେଉଥିବା ସୂଚନା ମିଳିଛି।

ଓଡ଼ିଶାରେ ଜୁନ୍‌ରୁ ଜୁଲାଇ ୧୫ ଭିତରେ ପଙ୍ଗପାଳ ପହଞ୍ଚିପାରନ୍ତି। ଏମାନେ ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କଳହାଣ୍ଡି ଓ ନୂଆପଡ଼ା ଭଳି ଜିଲ୍ଲାରେ ଉପଦ୍ରବ କରି ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ସତର୍କତା ବଢିଛି। ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like