ଅଗଷ୍ଟ ୭ ଯାଏ ଏଇ ଜିଲ୍ଲାରେ ଲକ୍ଡାଉନ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲୁଛି କରୋନା ଆକ୍ରାନ୍ତ। ଏହାକୁ ଆଖି ଆଗରେ ରଖି ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ ଜାରି କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ୧୦ ଦିନ ପାଇଁ ଲକ୍ଡାଉନ୍ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାକୁ ୧୦ ଦିନ ଲକଡାଉନ୍ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।
All banks in lockdown areas will be functional w.e.f 01.08.2020 with minimum staff. Pls don’t make unwanted rush. # Online banking is safe go for it.Stay home # secure ur life and other life too.
— Collector Kandhamal (@DMKandhamal) July 28, 2020
ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖ ସକାଳ ୫ରୁ ଅଗଷ୍ଟ ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଦୋକାନ, ସେବା ଚାଲୁ ରହିବ। ସକାଳ ୭ରୁ ଦିନ ୧ଟା ଯାଏ ରାସନ୍, କ୍ଷୀର, ପରିବା ଦୋକାନ ଖୋଲା ରହିବ।
ବର୍ତ୍ତମାନ ପର୍ଯ୍ୟନ୍ତ କନ୍ଧମାଳରେ ୪୫୨ ସଂକ୍ରମିତ ହୋଇଛନ୍ତି। ୨୦୬ ଆକ୍ଟିଭ କେସ୍ ରହିଛି। ୨୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରକାଶଥାଉକି, କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ ଜାରି କରିଥିଲେ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍ଡାଉନ୍ କଟକଣା ଲଗାଇଛନ୍ତି ସରକାର। ଜୁଲାଇ ୩୧ ଯାଏ ଏହି କଟକଣା ଜାରି ରହିଛି।ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକ୍ଡାଉନ ବେଳେ ସପ୍ତାହାନ୍ତ ସଟ୍ଡାଉନ କଟକଣା ଲାଗୁ ହେବ ନାହିଁ।
ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି।