’ତୁଳନାତ୍ମକ ଭାବେ ଅଧିକ ସଂକ୍ରମଣକାରୀ ବର୍ତ୍ତମାନର ଷ୍ଟ୍ରେନ୍’

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

  • ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା ଅଧତ୍କ ବେଗରେ ସଂକ୍ରମଣ କରୁଛି
  • ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି
  • ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ
  • ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି, ସେନେଇ ସର୍ଭେ ହେବ
  • ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍ ହୋଇଛି

ଭୁବନେଶ୍ୱର: ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା ଅଧତ୍କ ବେଗରେ ସଂକ୍ରମଣ କରୁଛି । ଫଳରେ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାବର୍ତ୍ତୀ ହୋଇଥିବାରୁ ସେଠାରେ ସଂକ୍ରମଣ ବଢ଼ିଛି । ସେହିପରି ଅନ୍ୟ ସବୁଆଡ଼େ ସଂକ୍ରମଣର ଆଶଙ୍କା ରହିଛି । ତେବେ ସଠାରେ କେଉଁ ଷ୍ଟ୍ରେନ୍ ମିଳିଛି ଏଯାଏଁ ଜଣାପଡ଼ି ନାହିଁ । ରିପୋଟ ଆସିବା ପରେ ଜଣାପଡ଼ିବ । ଅନ୍ୟପଟେ ନୂଆପଡ଼ା ଜିଲ୍ଲାରେ ଭ୍ୟାକ୍ସିନେସନ ଷ୍ଟାଟସ୍ ଉପରେ ବର୍ତ୍ତମାନ ସର୍ଭେ କରାଯାଉଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି । ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ । ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍ ହୋଇଛି । ତେବେ ରାଜ୍ୟରେ ସଂକ୍ରମଣ ବଢ଼ୁଥିଲେ ହେଁ ଏବେ ଲକଡାଉନ ସ୍ଥିତି ଆସିନାହିଁ । ତଥାପି କୋଭିଡ ହସ୍ପିଟାଲର ଆବଶ୍ୟକତା ପଡ଼ିପାରେ । ତେଣୁ ରାଜ୍ୟର ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଓଡ଼ିଶାର ସ୍ଥିତି ଭଲ ଅଛି ଏବଂ ସରକାର ତୀକ୍ଷଣ ନଜର ରଖିଛନ୍ତି । ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯିବା ସହ ଫେରନ୍ତାଙ୍କ ସ୍କ୍ରିନିଂ କରାଯାଇ ଆଣ୍ଟିଜେନ୍ ଟେଷ୍ଟ ପାଇଁ କୁହାଯାଇଛି ।

ସେପଟେ ରାଜ୍ୟରେ ଆଜି ଦ୍ୱିତୀୟ ଦିନ ପାଇଁ ୪୫୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୪୫୨ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୭୭ ଜଣ କରୋନା ସଂକ୍ରମିତ ରହିଛନ୍ତି  ।ଏହାପଛକୁ ସୁନ୍ଦରଗଡ଼ ୭୫ ଏବଂ ନୂଆପଡ଼ାରୁ ୭୧ ଜଣ ରହିଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୨ ହଜାର ୮୨୦ ଆକ୍ଟିଭ କେସ୍ ରହିଛି ।

 

You might also like