ଲକ୍‌ଡାଉନ ଆଉ ମାସେ ବଢାଇବାକୁ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ଆଉ ମାସେ ବଢ଼ାଇବା ଲାଗି ଦାବି କରାଯାଇଛିି। ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଘୋଷଣାା କରିବାକୁ ରାଜ୍ୟ ଦାବି କରିଛି । ଓଡ଼ିଶାର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇ ସାରିଥିବାରୁ ଶ୍ରମିକଙ୍କୁ ଫେରାଇ ଆଣିବାରେ ଅସୁବିଧା ନାହିଁ ।

ତେବେ ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସିବେ, ସେଠାରେ ପ୍ରଥମେ ତାଙ୍କୁ କରୋନା ଟେଷ୍ଟ କରି ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାସହ ଶ୍ରମିକଙ୍କୁ ଆଣିବା ଲାଗି ଏପ୍ରିଲ ୩୦ ତାରିଖ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ।

ଏହାଛଡ଼ା ରାଜ୍ୟରେ ଆହୁରି ଅନେକ ହସ୍ପିଟାଲରେ କରୋନା ଟେଷ୍ଟ ଲାଗି ଅନୁମତି ଦେବାକୁ ଆଇସିଏମ୍ଆରକୁ କୁହାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଯାଇଛି। ଏନେଇ ଅନୁମତି ମିଳିଲେ ରାଜ୍ୟରେ ଅଧିକରୁ ଅଧିକ ଟେଷ୍ଟ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି॥ ଏହାଛଡ଼ା ପଶ୍ଚିମବଙ୍ଗ ପେରନ୍ତା ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ସେନେଇ ମଧ୍ୟ ପଦକ୍ଷେପ ନିଆଯାଇଛି। ପଶ୍ଚିମବଙ୍ଗ ଫେରାନ୍ତଙ୍କୁ ଠାବ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like