ଭଦ୍ରକରେ ଲକ୍‌ଡାଉନ୍ କୋହଳ, ସନ୍ଧ୍ୟା ଯାଏ ଖୋଲିବ ଦୋକାନ

ଭଦ୍ରକ: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ରୋଗୀ ଚିହ୍ନଟ ସହ ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩ରୁ କଟକଣା ପ୍ରତ୍ୟାହାର କରାଯାଇଛି। ତେବେ ଏସବୁ ଅଞ୍ଚଳରେ ଲକଡାଉନ ନିୟମ ପୂର୍ବଭଳି ଚାଲୁ ରହିବ। ଏଥିସହ ବିଭିନ୍ନ ଦୋକାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପନିପରିବା ଦୋକାନ ଭଦ୍ରକ ମ୍ୟୁନିସିପାଲିଟି ଓ ଏରେଇଁ ଗ୍ରାମପଞ୍ଚାୟତରେ ଅପରାହ୍ଣ ୧ଟା ଯାଏ ଏବଂ ଭଦ୍ରକ ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରେ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ମୋବାଇଲ୍, କମ୍ୟୁଟର, ଏସି, କୁଲର, ଫ୍ୟାନ ଓ ପ୍ୟୁରିଫାୟାର ଭଳି ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ ଭଦ୍ରକ ମ୍ୟୁନିସିପାଲିଟିରେ ସକାଳ ୬ରୁ ଅପରାହ୍ଣ ୧ଟା ଓ ଜିଲ୍ଲାର ଅନ୍ୟ ସ୍ଥାନରେ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ।

ଇଲେକ୍ଟ୍ରିସିଆନ୍, କମ୍ପ୍ୟୁଟର ମରାମତି କରୁଥିବା ଲୋକ, ପ୍ଲମ୍ବର ଓ ବଢ଼େଇମାନେ ସାମାଜିକ ଦୂରତ୍ୱ ରକ୍ଷା କରି କାମ ଆରମ୍ଭ କରିପାରିବେ। ଘର ନିର୍ମାଣ ସାମଗ୍ରୀ ଦୋକାନ, ସିମେଣ୍ଟ, ଲୁହା ରଡ୍ ଓ ଚିପ୍ସ ଆଦି ଯୋଗାଣକାରୀ ବ୍ୟବସାୟିକ ସଂସ୍ଥାମାନେ ମଧ୍ୟ କାର୍ଯ୍ୟ କରିପାରିବେ। ସେମାନେ ଭଦ୍ରକ ମ୍ୟୁନିସିପାଲିଟିରେ ଅପରାହ୍ଣ ୧ଟା ଓ ଗ୍ରାମାଞ୍ଚଳରେ ଅପରାହ୍ନ ୫ଟା ଯାଏ ଦୋକାନ ଖୋଲା ରଖିପାରିବେ।

ଗ୍ରାମପଞ୍ଚାୟତ ସ୍ତରରେ ସରକାରଙ୍କ ଅନୁମୋଦିତ ସମସ୍ତ ଜନସେବା କେନ୍ଦ୍ର ଅପରାହ୍ଣ ୫ଟା ଯାଏ ଖୋଲା ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି। ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ସୁସ୍ଥ ହେବା ପରେ ଏହି କଟକଣାକୁ କୋହଳ କରାଯାଇଛି। ସେହିଭଳି ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଆଜି ସହରର ବହି ଦୋକାନ ଓ ଷ୍ଟେସନାରୀ ଦୋକାନ ଖୋଲା ରହିଥିଲା ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସବୁ ବହି ଦୋକାନ ଗୁଡିକ ଖୋଲା ରହିଥିଲା।

You might also like