ଲକ୍‌ଡାଉନ୍‌: ଆମ୍ବୁଲାନ୍ସରେ ଲୁଚି ଯାଉଥିଲେ, ପୋଲିସ ଧରିନେଲା

ରାୟଗଡା:) ୨୧ ଦିନିଆ ଲକଡାଉନର ଆଜି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି।  ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକେ ।

ଓଡ଼ିଶା ସହ ଲାଗିଥିବା ବିଭିନ୍ନ ରାଜ୍ୟରେ ସୀମା ସିଲ୍ ଲାଗି ନିଆଯାଇଛି ପଦକ୍ଷେପ।  ଯେଉଁଠି କାଁ ଭାଁ ଲୋକେ ମାନୁନାହାନ୍ତି, ସେଠାରେ ପୋଲିସର ତାଗିଦା ଦେଖିବାକୁ ମିଳୁଛି । କିଛି କିଛି ସ୍ଥାନରେ  ଆଇନ ଖିଲାପକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ପ୍ରଶାସନ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

କରୋନା ମୁକାବିଲା ପାଇଁ  ରାୟଗଡ଼ାରେ ଲକଡାଉନ ସମୟରେ ଗଳାବାଟ ଖୋଜି ଆମ୍ବୁଲାନ୍ସରେ  ସ୍ଥାନୀୟ ଅଞ୍ଚଳର ୬ ଜଣ  ଲୋକ ଯାଉଥିଲେ । ଏମାନେ ସମସ୍ତେ ଓଡ଼ଗାଁରୁ ଦାମନଯୋଡ଼ି ଅଭିମୁଖେ ଯାଉଥିଲେ ବୋଲି ସୂଚନା ମିଳିଛି। ହେଲେ ପୋଲିସ ନଜରରୁ ଖସି ପାରିଲେନି। ପୋଲିସ ଆମ୍ବୁଲାନ୍ସ ସହ ଡ୍ରାଇଭର ଏବଂ ଯାତ୍ରୀମାନଙ୍କୁ ଥାନାରେ ଅଟକ ରଖିଛି ।

 ପୋଲିସ  ଡ୍ରାଇଭର ଏବଂ ସମସ୍ତ ୬ ଜଣ ଯାତ୍ରୀଙ୍କୁ ଥାନାରେ ଅଟକ ରଖିଛି।

You might also like