ଲକ୍‌ଡାଉନ୍‌ କଟକଣା: ନୂଆ ନିର୍ଦ୍ଦେଶନାମା ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ

ଭଦ୍ରକ: ଲକ୍‌ଡାଉନ୍‌ କଟକଣାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କୋହଳ କରାଯାଇଛି।

କଟକଣା ଅବଧି ସମୟରେ ଇଲେକ୍ଟ୍ରିକ୍‌ସିଆନ୍‌, ଆଇଟି ରିପାୟାର, ପ୍ଲମ୍ବର, ମୋଟର ମେକାନିକ୍ ମାନଙ୍କୁ ହୋମ୍ ସର୍ଭିସ ସେବା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ନିର୍ମାଣ ଉପକରଣ ଷ୍ଟୋର/ଆଉଟଲେଟ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଭଦ୍ରକ ପୌରାଞ୍ଚଳରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଖୋଲିବାକୁ ଏହି ଅନୁମତି ଦିଆଯାଇଛି।

ତେବେ କଣ୍ଟେନମେଣ୍ଟ ଜୋନ୍ ଓ ଅନ୍ୟ ଅଞ୍ଚଳରେ ଯେଉଁଠି କଟକଣା ଲାଗୁ ହୋଇଛି ସେହି ଅଞ୍ଚଳରେ ଏହି ସବୁ ସେବା ପ୍ରଦାନ କରାଯିବନାହିଁ।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like