• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଗଞ୍ଜାମ: ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କୋହଳ ହେବ। ଗଂଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ। ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଂଚ ହେବ। ଏଥିପାଇଁ ଜିଲ୍ଲାରେ ସୋସିଆଲ ଡିଷ୍ଟାନ୍ସିଂ ମନିଟରିଂ ସ୍କ୍ୱାଡ ଗଠନ କରାଯାଇଛି।

ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ବନ୍ଦ ରହିବ। ବାହାଘର ଭଳି ସାମାଜିକ ଉତ୍ସବ ଉପରେ କଟକଣା ରହିବ। କିନ୍ତୁ ଶବ ସଂସ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ସାମାଜିକ ଦୂରତା ରଖି ଶ୍ରମିକ ମାନେ କାମ କରିବେ। ଏନେଇ ବିଡିଓ ଓ ତହସିଲଦାରଙ୍କ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ତେବେ ରାସ୍ତା କଡ଼ରେ ଥିବା ଠେଲା ଦୋକାନ, ପାନ, ଗୁଟଖା, ମଦ ଦୋକାନ ସଂପୂର୍ଣ୍ଣଭାବେ ବନ୍ଦ ରହିବ। ଗତକାଲି ସୁଦ୍ଧା ଜିଲ୍ଲାରେ ୮ଶହଟି ଟେଷ୍ଟ ହୋଇଛି ଓ ସମସ୍ତ ନମୁନା ନେଗେଟିଭ ବାହାରିଥିବା ଗଂଜାମ ଜିଲ୍ଲପାଳ ସୂଚନା ଦେଇଛନ୍ତି।

Lockdown-relaxation-of-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories