ଭୁବନେଶ୍ୱରରେ ଲକ୍‌ଡାଉନ୍‌ କଟକଣା କୋହଳ, ଖୋଲିବ ଏସବୁ ଦୋକାନ ଓ ପ୍ରତିଷ୍ଠାନ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଆଉ ଟିକେ କୋହଳ ହେଲା ଲକଡାଉନ୍ କଟକଣା। ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ହଟିବା ପରେ ଆଉ ଥରେ ସ୍ଥିତି ଅନୁଧ୍ୟାନ କରି ସହରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ତାର ବିସ୍ତୁତ ତାଲିକା ପ୍ରସ୍ତୁତ କରିଛି ବିଏମସି। ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସାଙ୍ଗକୁ କୋହଳ ତାଲିକା ଭିତରେ ଯୋଡ଼ି ହୋଇଛି ଆଉ କିଛି ସେବା।  ଭୁବନେଶ୍ୱରରେ ଗତ ୧୪ଦିନ ଧରି କୌଣସି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ନହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଲକଡାଉନ୍ କଟକଣାକୁ କୋହଳ କରାଯାଇଛି।

ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଡିଏସ୍ ଦୋକାନ, ଖାଦ୍ୟ,ଗ୍ରୋସେରୀ, ଫଳ, ପନିପରିବା, ମିଲ୍କ‌ ବୁଥ୍ , ମାଂସ, ମାଛ, ପଶୁ ଖାଦ୍ୟ, ବିହନ, କୀଟନାଶକ ଆଦିର ବିକ୍ରି ଓ ପରିବହନ, ହ୍ୟାଣ୍ଡ ୱାସ, ସାବୁନ, ସାମ୍ପୁ, ଡିଟରଜେଣ୍ଟ, ଟୁଥପେଷ୍ଟ, ସାନିଟାରୀ ପ୍ୟାଡ, ବ୍ୟାଟେରୀ ଆଦି ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ସେହିପରି ମାର୍କେଟ କମ୍ପେ୍ଲକ୍ସ ଓ ମଲଟି ବ୍ରାଣ୍ଡ ଅବା ସିଙ୍ଗଲ ବ୍ରାଣ୍ଡ ମଲ୍ ହୋଇନଥିବା ଆବାସିକ କମ୍ପ୍ଲେକ୍ସରେ ଥିବା ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ କୁ ୫୦ ପ୍ରତିଶତ କର୍ମଚାରୀରେ କାମ କରାଯିବାକୁ ନିର୍ଦ୍ଦେଶ ରହିଛି।

ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଯଥା- ଫ୍ୟାନ୍‌, ଏସି, କୁଲର, ୱାଟର ପ୍ୟୁରିଫାୟାର, ମୋବାଇଲ ଫୋନ୍‌, କମ୍ପ୍ୟୁଟର ଓ ଉପକରଣ ଆଦି ମରାମତି କରୁଥିବା ଦୋକାନ ମଧ୍ୟ ଖୋଲିବ। ସମସ୍ତ ମୋଟର ଗ୍ୟାରେଜ୍‌, ବ୍ୟାଟେରୀ ଦୋକାନ, ମୋଟର ପାର୍ଟସ ଦୋକାନ, ଲ୍ୟୁବ୍ରିକାଣ୍ଟ ଦୋକାନ ମଧ୍ୟ ଖୋଲିପାରିବ।

ଛାତ୍ରଛାତ୍ରୀଙ୍କ ପାଇଁ ବହି ଦୋକାନ ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ଖୋଲିବ। ରେଷ୍ଟୁରାଣ୍ଟଗୁଡ଼ିକ ହୋମ୍ ଡେଲିଭରି କିମ୍ବା ପାର୍ସଲ ସେବା ଯୋଗାଇ ପାରିବେ। ସମସ୍ତ ପ୍ରକାରର ଇ-କମର୍ସ, ଅନଲାଇନ ସପିଂ ଓ କୋରିଅର ସେବା ମଧ୍ୟ ଖୋଲିବ।

ଗ୍ରୋସେରୀ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବିଗ୍‌ବଜାର, ରିଲାଏନ୍ସ ଫ୍ରେସ, ଓମ୍‌ଫେଡ୍ , ଓପେଲଫେଡ୍‌, ଚିଲିକା ଫ୍ରେସ୍ ଆଦି ସମସ୍ତ ଖୋଲାରହିବ। ସେମାନେ ମଧ୍ୟ ହୋମ୍ ଡେଲିଭରୀ ସେବା ଯୋଗାଇ ଦେବେ। ବ୍ୟାଙ୍କ ଓ ଏଟିଏମ୍‌ଗୁଡ଼ିକ ଖୋଲା ରହିବ। କିନ୍ତୁ ବ୍ୟାଙ୍କରେ ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀ କାମ କରିପାରିବେ।

ଟେଲିକମ୍ୟୁନିକେସନ, ଇଣ୍ଟରନେଟ ସେବା, ବ୍ରଡକାଷ୍ଟିଂ, କେବୁଲ ସେବା, ଡିଟଏଚ୍ ଓ ଅପଟିକାଲ ଫାଇବର ସେବା ଯୋଗାଉଥିବା ଦୋକାନ ଓ ସଂସ୍ଥା ଖୋଲା ରହିବ। ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ଗ୍ୟାସ୍ ରିଟେଲ ଓ ଷ୍ଟୋରେଜ୍ ପ୍ରତିଷ୍ଠାନ ମଧ୍ୟ ଖୋଲିବ।

ଘରୋଇ ସିକ୍ୟୁରିଟି ସେବା, ହୋଟେଲ, ହୋମ୍ ଷ୍ଟେ, ଲଜ ଓ ମୋଟେଲ ଏବଂ ପର୍ଯ୍ୟଟକଙ୍କୁ ଆବାସିକ ସେବା ଯୋଗାଉଥିବା ପ୍ରତିଷ୍ଠାନ ପାଇଁ ନିୟମ କୋହଳ ହୋଇଛି। ଆଇଟି ମରାମତି, ଇଲେକ୍ଟ୍ରିସିଆନ୍‌, ପାଣି ପାଇପ୍ ମିସ୍ତ୍ରୀ, ମୋଟର ମେକାନିକ୍ ଓ ବଢ଼େଇ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ସେବା ଯୋଗାଇବାକୁ ଅନୁମତି ମିଳିବ।

ସବୁ ବ୍ୟତୀତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସମେତ ନିର୍ମାଣ କାର୍ଯ୍ୟରେ ଉପଯୋଗ ହେଉଥିବା ସରଞ୍ଜାମ ଆଦିର ବିକ୍ରି ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏସବୁ ବ୍ୟତୀତ ଭୁବନେଶ୍ୱରରେ ଥିବା ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ ୨୫% କର୍ମଚାରୀରେ କାମ କରିବେ। ଏନେଇ ବିଏମସି ପକ୍ଷରୁ ଆଜି ଜାରି ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like