‘ଗୋଷ୍ଠୀ ସଂକ୍ରମଣକୁ ଗତି କଲୁଣି: ଶନି, ରବି ସଟ୍‌ଡାଉନ କର’

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ।

କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରୋଗୀ ଆକ୍ରାନ୍ତ ହେଉଛି, ପ୍ରଥମେ ଜାଣିବା ଦରକାର, ସେ ରୋଗ କେଉଁଠୁ ଆସିଲା। କଣ୍ଟାକ୍ଟ ଟ୍ରେସିଂ ଜାଣିବା ପ୍ରଥମେ ଦରକାର। ମନେକର ଗତକାଲି ୨୦୦ ପଜିଟିଭ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ କଣ୍ଟାକ୍ଟ ଟ୍ରେସ ହୋଇଗଲା। କିନ୍ତୁ ଆଉ ୧୦୦ ଜଣଙ୍କ ହେଲା ନାହିଁ। ଆମେ ଜାଣିବା ଦରକାର ଯେ ଏସବୁ କେଉଁଠୁ ଆସିଲା। ଏହାର ଅର୍ଥ ଯେ ଗୋଷ୍ଠୀରୁ ଆସିଲା। ଗୋଷ୍ଠୀ ସଂକ୍ରମଣ ଆମେ ହୁଏତ ମନା କରିପାରୁ କିନ୍ତୁ ସତ କଥା ହେଲା ଯେ ଆମେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବହୁମାତ୍ରାରେ କି କମ୍‌ମାତ୍ରାରେ ଗୋଷ୍ଠୀ ସଂକ୍ରମଣ ହେଲେଣି, ତାହା ଆମେ ଦେଖିବା କଥା। ଦିଲ୍ଲୀ, ମୁମ୍ବାଇର ଧରାବି ସମେତ ଭାରତର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହେଲାଣି। ତାହା ମନା କଲେ ବି ଗ୍ରହଣଯୋଗ୍ୟ ନୁହେଁ। ଗଲା ୩ ଦିନ ମଧ୍ୟରେ ୫୦ରୁ ୬୦ ଲୋକାଲ କେଶ ବାହାରିଛନ୍ତି, ଯଦି ଏସବୁ କଣ୍ଟାକ୍ଟ ଟ୍ରେସ କରିବା ସମ୍ଭବ କି?  ତେବେ ଏହା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିବା କେମିତି ସେ ପ୍ରଶ୍ନ କରିଛନ୍ତି।

ସେଥିପାଇଁ ଆଗକୁ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍ ହେବା ଦରକାର ବୋଲି ସେ କହିଛନ୍ତି। ଅଫିସରେ ମଧ୍ୟ ସିଫ୍ଟ ଡ୍ୟୁଟି ହେଉ, ଫଳରେ ଗୋଟିଏ ସମୟରେ ଅଧିକ ଲୋକେ କାମ କରିବେ ନାହିଁ, ବସ୍ତିରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥିବା ମଧ୍ୟ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like