‘ଓଡ଼ିଶା ସରକାର ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ’

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଟ୍ୱିଟ୍‌ ଯୋଗେ ପ୍ରତିକ୍ରିୟା ରଖିଛନ୍ତି କଟକ-ଭୁବନେଶ୍ୱର ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବ ନା ନାହିଁ, ନିଷ୍ପତ୍ତି ହେବ। ତେବେ ଯେପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସେପର୍ଯ୍ୟନ୍ତ ପୂର୍ବ ନିୟମ ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

You might also like