• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ।

ଲକ୍‌ଡାଉନ୍‌ ବେଳେ କେବଳ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କିଣି ପାରିବେ ଏହି ସମୟରେ ୫ ଶହ ମିଟର ଦୂର ମଧ୍ୟରେ ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ଚାଲି ଚାଲି ପନିପରିବା ଇତ୍ୟାଦି କିଣି ପାରିବେ। ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଜାଣନ୍ତୁ ଲକ୍‌ଡାଉନ୍ ବେଳେ କ’ଣ ଖୋଲା ରହିବ,  କ’ଣ ବନ୍ଦ ରହିବ ଓ କେଉଁସବୁ ସେବାକୁ ଅନୁମତି ମିଳିଛି…

ଲକ୍‌ଡାଉନ୍ ବେଳେ ଏହିସବୁ ସେବା ବନ୍ଦ ରହିବ…

  • ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।
  • ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ।
  • ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ।
  • ଯାତ୍ରା, ଅପେରା, ଖୋଲାମଞ୍ଚ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।
  • ସେଲୁନ, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ।
  • ବସ୍ ଚଳାଚଳ ବନ୍ଦ ରହିବ।
  • ସାପ୍ତାହିକ ଏବଂ ଦୈନିକ ହାଟ ଚାଲି ପାରିବ ନାହିଁ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ।

ଏହିସବୁ ସେବାକୁ ଅନୁମତି ମିଳିବା ସହ ଖୋଲା ରହିବ ଏହିସବୁ ଜିନିଷ…

  • ଲକ୍‌ଡାଉନ୍ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି।
  • ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ। ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ମଧ୍ୟ ଖୋଲା ରହିବ। ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ। ଏହି ସବୁ ଦୋକାନ ସକାଳ ୬ରୁ ଦିନ ୧୨ଟା ଯାଏ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।
  • ଗ୍ୟାରେଜ, ଗାଡ଼ି ମରାମତି ଦୋକାନ ମଧ୍ୟ ଖୋଲା ରହିବ।
  • ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
  • ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ଦିଆଯାଇଛି।
  • ଛାପା, ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ମଧ୍ୟ ଯାଆ ଆସ ପାଇଁ ଅନୁମତି ରହିଛି।
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣ ଆଦି ମଧ୍ୟ ଲକଡାଉନ ବେଳେ ଚାଲୁ ରହିବ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ କରିହେବ। ତେବେ ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ।
  • ଲକ୍‌ଡାଉନ୍ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ସଟଡାଉନ, ଲକଡାଉନ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯାଆ ଆସ କରିପାରିବେ। ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ରହିଛି।
  • ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ମିଳିବ। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ। ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଯାଇପାରିବେ ଲୋକେ।

ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Lockdown-in-odisha-know-whats-allowed-whats-not
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories