ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

୧୭ ଯାଏଁ ବଢ଼ିଲା ଲକଡାଉନ୍

  • ୧୭ ଯାଏଁ ବଢ଼ିଲା ଲକଡାଉନ୍
  • ରାଜ୍ୟରେ ପୁଣି ଲକଡାଉନ୍ କଟକଣା ବଢ଼ାଇଲେ ସରକାର
  • ପୁଣି ୧୬ ଦିନ ପାଇଁ ଲକଡାଉନ୍‌ ବଢ଼ାଇଲେ ସରକାର
  • ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍
  • ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍
  • ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ସଟଡାଉନ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକଡାଉନ୍ ବଢ଼ାଇଲେ ସରକାର। ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ୍ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ। ଏଥିସହ ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଆଗଭଳି ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍କୁ ଛାଡ଼ି ବାକି ସବୁ ଦୋକାନ ଖୋଲା ରହିବ।

ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ ଏବଂ ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକଡାଉନ୍ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଆଜି ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

ସେପଟେ, ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ରହିଛି ବୋଲି କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି। ମେ ୬ରେ ଦେଶରେ ୪.୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଏହାକୁ ଆମେ ଆମ ଦେଶର ପିକ୍ ଭାବେ ଧରି ନେଇଛୁ ବୋଲି କହିଲେ ACS। ଏହାସହ ଗତ ସେମ୍ବେର ୧୬ରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ୧୬କୁ ସେତେବେଳେ ପିକ୍ ଧରା ଯାଇଥିଲା। ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ବୋଲି ସେ କହିଛନ୍ତି।

You might also like