• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କରୋନା ବିଶ୍ୱରେ କେବଳ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନି, ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ସଂକ୍ରମଣ ଭୟରେ ଚାଲୁନି କଳ କାରଖାନା, ଠପ୍ ପଡିଯାଇଛି ବେପାର ବଣିଜ । ଫଳରେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ନିମ୍ନ ଓ ମଧ୍ୟବିତ୍ତଙ୍କ ଜୀବନ ଜୀବିକା । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା CMIE ତଥ୍ୟ ଅନୁସାରେ ଗତ ମେ’ ମାସରେ ଦେଶରେ ଦେଢ଼ କୋଟି ଲୋକ ନିଯୁକ୍ତି ହରାଇଛନ୍ତି । ଓଡ଼ିଶାରେ ଏସଂଖ୍ୟା ୭ ଲକ୍ଷରୁ ଅଧିକ ।

ଓଡ଼ିଶାକୁ ୨୦୧୯ ମାର୍ଚ୍ଚରେ କରୋନା ଆସିବାର ଗୋଟିଏ ମାସ ପରେ ନିଜକୁ ବେରୋଜଗାର ଗୋଷ୍ଠୀରେ ସାମିଲ କରିଛନ୍ତି ରାଜଧାନୀ ଉପକଣ୍ଠ ଗଣ୍ଡପୁରରୁ ବାସିନ୍ଦା ରମେଶ ବେହେରା । ଭୁବନେଶ୍ୱରରେ ଥିବା ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ କେୟାରଟେକର ଭାବେ କାମ କରୁଥିଲେ । ମାସିକ ଦରମା ଥିଲା ୯ ହଜାର ୪୦୦ ଟଙ୍କା । ସେଇଥିରେ ସ୍ତ୍ରୀ, ୨ ପିଲା ଓ ରୋଗୀଣା ବାପା-ମାଆଙ୍କୁ ନେଇ କଷ୍ଟେମଷ୍ଟେ ଚଳୁଥିଲା ସଂସାର । ହେଲେ କରୋନା ଆସିବା ପରଠୁ ତାଙ୍କ ଚାକିରିରେ ଲାଗିଛି ତାଲା । କମ୍ପାନୀର ନୋ ଓ୍ୱାର୍କ ନୋ ପେ ରୁଲରେ, ଶିକାର ହୋଇ ଏବେ ସାଜିଛନ୍ତି ବେରୋଜଗାର । ଆଉ ଏପଟେ ନିଜ ଉପର ୫ ପ୍ରାଣୀଙ୍କ ବୋଝ ଥିବାରୁ ଗୁଜୁରାଣ ମେଣ୍ଟାଇବାକୁ ନିଜକୁ ରାଜମିସ୍ତ୍ରୀ ଓ ବୁଲା ବିକାଳି କରିବାକୁ ବାଧ୍ୟ ହୋଇଛନ୍ତି ।

ମହାମାରୀରେ ରୋଜଗାର ହରାଇ ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା ରମେଶ କେବଳ ଗୋଟିଏ ଉଦାରହଣ ମାତ୍ର । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ରିପୋର୍ଟ କହୁଛି, କେବଳ ଗତ ମେ’ରେ ଓଡ଼ିଶାରେ ବେରୋଜାଗର ହୋଇଛନ୍ତି ୭ ଲକ୍ଷରୁ ଅଧିକ ଲୋକ । ଯାହାକି ୨୦୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସଠାରୁ ପ୍ରାୟ ୧ ଲକ୍ଷ ୨୪ ହଜାରରୁ ଅଧିକ ।

ସେହିପରି ଦେଶରେ ମୋଟ ଦେଢ଼ କୋଟି ଲୋକ ନିଯୁକ୍ତି ହରାଇଛନ୍ତି । ୨୦୨୧ ଏପ୍ରିଲରେ ଦେଶର ବେକାରୀ ହାର ୮ ପ୍ରତିଶତ ଥିବା ବେଳେ ମେ’ରେ ଏହା ୧୧.୯ ପ୍ରତିଶତକୁ ବଢ଼ିଛି । ସେପଟେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ILO ବେକାରୀ ଓ ବେରୋଜଗାରକୁ ନେଇ ଯେଉଁ ତଥ୍ୟ ରଖିଛି, ତାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ । ଆଇଏଲଓ ରିପୋର୍ଟ କହୁଛି , କରୋନା ବିଶ୍ୱର ୧୦ କୋଟିରୁ ଅଧିକ ଲୋକଙ୍କଠାରୁ ରୋଜଗାର ଛଡ଼ାଇ ନେଇଛି ।

ଏହି ସ୍ଥିତି ଲାଗି ରହିଲେ ୨୦୨୨ ସୁଦ୍ଧା ଏ ସଂଖ୍ୟା ୨୦ କୋଟି ଟପିଯିବ ବୋଲି ଚେତାବନୀ ବି ଦେଇଛି । ଆଇଏଲ୍ଓ ଏଭଳି ସ୍ଥିତିରେ ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ସରକାର ଯଦି ଶିଳ୍ପ, ବ୍ୟବସାୟ ଏବଂ ନିଯୁକ୍ତି ଯୋଗାଉଥିବା କ୍ଷେତ୍ରକୁ ସ୍ୱତନ୍ତ୍ର ରିହାତି ନଦିଅନ୍ତି, ତେବେ ଆଗକୁ ସମସ୍ୟା ଆହୁରି ଉତ୍କଟ ହୋଇପାରେ ।

Lockdown-deprived-of-livelihood-unemployment-has-come-to-the-fore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories