ଭୁବନେଶ୍ୱର: ଲକ୍ଡାଉନ୍ ଅନେକଙ୍କ ପାଇଁ ନକରାତ୍ମକ ଅନୁଭୂତି ଆଣିଥିବାବେଳେ ଭୁବନେଶ୍ୱର ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏକ ନୂଆ ଅନୁଭୂତି ସୃଷ୍ଟି କରିଛି। ଲକ୍ଡାଉନ୍ ବେଳେ ବିମାନ ବନ୍ଦରର କର୍ମଚାରୀମାନେ ବିଭିନ୍ନ ଦେଶରୁ ବିଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ ପାଇଛନ୍ତି।
ବିଶ୍ୱର ୧୬ଟି ପ୍ରାନ୍ତରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ପରିଚାଳନା କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ଚିକାଗୋ, ମସ୍କୋ, ମସ୍କାଟ, କୁଏତ, ଶାର୍ଜାହ, ମାଲଦ୍ୱୀପ, ଦୋହା, ବାହାରିନ୍, ରିୟାଦ୍ଦ, ୟୁକ୍ରେନ୍, କାଇରୋ, ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ବିମାନ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି।
ପୂର୍ବରୁ କେବଳ ଏୟାର୍ ଇଣ୍ଡିଆ ଓ ଏୟାର୍ ଏସିଆ ବିମାନ କ୍ୱାଲା କୁଆଲା ଲୁମ୍ପୁର ଓ ବ୍ୟାଙ୍କକରୁ ବିମାନ ଚଳାଚଳ କରୁଥିଲା। ଲକ୍ଡାଉନ୍ ବେଳେ Air Arabia, ଫ୍ଲାଏ ଦୁବାଇ, ସଲାମ ଏୟାର୍, Jazeera Airways, କୁଏତ ଏୟାର୍ୱେଜ୍ ଭଳି ନଅଟି ବୃହତ କମ୍ପାନୀ ବିମାନ ଭୁବନେଶ୍ୱରରେ ଅବତରଣ କରିଛି।
ଫଳରେ ଆଗାମୀ ଦିନରେ ବିଶ୍ୱର ଯେକୌଣସି କୋଣ ଅନୁକୋଣରୁ ଆସିବାକୁ ଥିବା ବିମାନର ପରିଚାଳନା ପାଇଁ ବିମାନ ବନ୍ଦର କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢିଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି।