କଟକରେ ଖୋଲିବ ଏହିସବୁ ଦୋକାନ

କଟକ: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

କଟକ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ ଏଠାରେ କଟକଣା କୋହଳ କରାଯାଇଛି। କଟକରେ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।  ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଜାଣନ୍ତୁ କଟକରେ କେଉଁସବୁ ଦୋକାନ ଖୋଲା ରହିବ….

  • ସେଲୁନ୍, ଗହଣା ଦୋକାନ, ମଦ ଦୋକାନ ଖୋଲି ପାରିବ
  • ସ୍ଥାନୀୟ କାରିଗରଙ୍କୁ ନେଇ ଗହଣା ଦୋକାନ ଖୋଲିବ, ହେଲେ ବାହାର ମିସ୍ତ୍ରୀ ମନା
  • ମାର୍କେଟ କଂପ୍ଲେକ୍ସରେ ନ ଥିବା ସିଙ୍ଗଲ/ମଲ୍ଟି ବ୍ରାଣ୍ଡ୍‌ ମଲ୍ ଖୋଲି ପାରିବ
  • ସେଲୁନ୍, ସ୍ପା, ବିଉଟି ପାର୍ଲର ଖୋଲି ପାରିବ। ହେଲେ କର୍ମଚାରୀମାନେ N95 ମାସ୍କ ପିନ୍ଧିବା ଜରୁରୀ।
  • ସେହିପରି ମଦ ଦୋକାନ ଖୋଲା ରହିବ, କିନ୍ତୁ ସାମାଜିକ ଦୂରତ୍ୱ ବଜାୟ ଜରୁରୀ।
You might also like